Thu. Jun 11th, 2026

ଅବୈଧ ପ୍ରେମ ସାଜିଲା କାଳ, ଫାଶୀ ଦେଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

367 Views

ଅନୁଗୋଳ: ଅବୈଧ ପ୍ରେମକୁ ସାମାଜିକ ସ୍ୱୀକୃତି ନ ମିଳବାରୁ ଶନିବାର ରାତିରେ ପୁରୁଣାକୋଟ ଥାନା କୋଠଭୂଇଁ ପଞ୍ଚାୟତ ଅନ୍ତର୍ଗତ କମୁରି ଗାଁ ପାଖ ବଣରେ ଜଣେ ବିବାହିତା ମହିଳା ଓ ଜଣେ ବିବାହିତ ପୁରୁଷ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ମୃତ ପ୍ରେମିକ-ପ୍ରେମିକା ହେଲେ ଡଲାସିଂହ ଗ୍ରାମର ୩୦ ବର୍ଷିୟ ମଧୁ ସାହୁ ଓ କୋଠଭୂଇଁ ଗ୍ରାମର ୨୭ ବର୍ଷୀୟ ଶାନ୍ତିଲତା ପ୍ରଧାନ। ଉଭୟ ପୂର୍ବରୁ ବିବାହିତ। ପ୍ରାୟ ବର୍ଷେ ହେବ ଉଭୟ ଯେ’ଯାହାର ଘରୁ ପଳାଇଯାଇ ଅନ୍ୟତ୍ର ଏକାଠି ରହୁଥିଲେ। କିନ୍ତୁ, ସେମାନଙ୍କ ସମ୍ପର୍କକୁ ସାମାଜ ସ୍ୱୀକୃତି ନ ଦେବାରୁ ଗତରାତିରେ ଉଭୟ ଗୋଟାଏ ଆମ୍ବଗଛ ଡାଳରେ ରଶି ଲଗାଇ ଜୀବନ ହାରିଛନ୍ତି। ଉଭୟଙ୍କ ଝୁଲନ୍ତା ଶବ ଲୋକେ ଆଜି ସକାଳେ ଦେଖିବା ପରେ ପୁଲିସକୁ ଖବର ଦେଇଛନ୍ତି।

ଉଭୟ ଫାଶୀ ଲଗାଇଥିବା ସ୍ଥାନରେ ଗୋଟାଏ ସ୍କୁଟି ମଧ୍ୟ ରଖାଯାଇଛି। ଦେଢ଼ ମାସ ମଧ୍ୟରେ ଏହା ହେଉଛି ଅବୈଧ ଓ ପରକୀୟ ପ୍ରୀତିଜନିତ ତୃତୀୟ ଆତ୍ମହତ୍ୟା ଘଟଣା।

By amfnews

Related Post