Wed. Sep 23rd, 2026

ଅବସର ଗ୍ରହଣ ପୂର୍ବରୁ ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରରେ ଦର୍ଶନ କଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

269 Views

ତିରୁମାଲା  : ଆନୁଷ୍ଠାନିକ ଭାବେ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଥିବା ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆନ୍ଧ୍ରପ୍ରଦେଶର ତିରୁମାଲା ଜିଲ୍ଲାସ୍ଥିତ ପ୍ରଭୁ ବାଲାଜୀଙ୍କ ମନ୍ଦିରରେ ପୂଜା କରିଛନ୍ତି। ତାଙ୍କ ସାଥିରେ ଥିଲେ ସହଧର୍ମିଣୀ ରୂପାଞ୍ଜଳି ଗୋଗୋଇ।

ସପରିବାର ଗୋଗୋଇ ମନ୍ଦିରର ମୁଖ୍ୟ ଦ୍ୱାରରେ ପହଞ୍ଚିବାକ୍ଷଣି ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ବେଦଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ମନ୍ତ୍ରପାଠ କରାଯିବା ସହ ଏବଂ ମେଲମ ବାଦ୍ୟ ବାଜିଥିଲା।

ପ୍ରତ୍ୟକ୍ଷ ଦିଅଁଙ୍କର ମହିମା ଏବଂ ପ୍ରଭୁ ଭେଙ୍କଟେଶ୍ୱର ପରିଧାନ କରିଥିବା ଗହଣାର ତାତ୍ପର୍ଯ୍ୟ ବିଷୟରେ ଗର୍ଭଗୃହ ମଧ୍ୟରେ ତାଙ୍କୁ ବୁଝାଇ ଦିଆଯାଇଥିଲା। ପରେ ବେଦଜ୍ଞ ପଣ୍ଡିତମାନେ ରଙ୍ଗନାୟକୁଲ ମଣ୍ଡପରେ ‘ବେଦ ଆଶୀର୍ବଚନ’ ଦେଇଥିଲେ।

ଗତକାଲି ଓ ଆଜି ପ୍ରଥମେ ସେ ତିରୁଚନୁର ପଦ୍ମାବତୀ ମନ୍ଦିର, ତା’ପରେ ପ୍ରଭୁ ବରାହସ୍ୱାମୀ ଏବଂ ତା’ପରେ ପ୍ରଭୁ ଭେଙ୍କଟେଶ୍ୱରସ୍ୱାମୀଙ୍କୁ ଦର୍ଶନ କରିଥିଲେ। ଟିଟିଡି ସିଇଓ ଅନୀଲ କୁମାର ସିଙ୍ଘଲ, ଅତିରିକ୍ତ ଇଓ ଏଭି ଧର୍ମ ରେଡ୍ଡୀ ଉଚ୍ଚସ୍ତରୀୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ତୀର୍ଥ ପ୍ରସାଦ ଦେଇଥିଲେ।

By amfnews

Related Post