Sat. May 18th, 2024

ଅବକାରୀ ଚଢ଼ଉ: ୫ ଗିରଫ

rklsanchar@gmail.com' By J.N. Pradhan Jul 26, 2018 #Featured
220 Views

ରାଉରକେଲା, ୨୬/୭  : ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସୋନାପରବତ ଓ ଲାଠିକଟାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି ।  ଏହି ଚଢ଼ଉ ବେଳେ ୭୪୧ ଲିଟର ଦେଶୀମଦ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ ଅସୁରଛପଲ ଗ୍ରାମରେ ପୁଲିସ ଚଢ଼ାଉ କରି ଗ୍ରାମର ମୁକୁନ୍ଦ ସିଂ ଠାରୁ ୬୪୦ ଲିଟର ଦେଶୀମଦ ଜବତ କରିଥିଲା ।

ସେହିପରି ମନକୋ ଗ୍ରାମର ବାସଙ୍ଗୀ ଓରାମ ଓ ଲାଲି ଏକ୍ସି ଠାରୁ ୬୯ ଲିଟର ଦେଶୀମଦ ଓ ଶାନ୍ତି ମଣ୍ଡଳ ଠାରୁ ୧୨ ଲିଟର, ଯୋଗୀ ଏକ୍କା ଠାରୁ ୨୦ ଲିଟର ଦେଶୀମଦ ଜବତ କରିଛି । ଏହି ୫ଜଣ ଦୀର୍ଘ ଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ବେଆଇନ ଭାବେ ମଦ ଚୋରା ଚାଲାଣ କରୁଥିଲେ । ଏକ ଅଟୋ ନମ୍ବର ଓଆର-୧୪ଏସ୍୮୭୨୪  ଯୋଗେ ଚୋରାରେ ଦେଶୀମଦ ଚାଲାଣ କରୁଥିବା ବେଳେ ଅବକାରୀ ପୁଲିସ ହାତରେ ଧରାପଡ଼ିଥିଲେ ।

ଏହି ଚଢ଼ଉରେ ବିଭାଗୀୟ ଡେପୁଟି ସୁପେରିଟେଣ୍ଡେଣ୍ଟ ଏସ୍.କେ ସାହୁ, ପାନପୋଷ ରେଞ୍ଜ ଅଧିକାରୀ ଏମ୍.କେ. ସେଠୀ, ଏସ୍.କେ. ଧଳସାମନ୍ତ, ଶ୍ରୁତିକାନ୍ତ ରାଉତ, ଏନ୍. ଜେନା, ପି. ଚୌଧୁରୀଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

Related Post