Mon. Oct 5th, 2026

ଅପରାହ୍ଣ ୪ଟା ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

252 Views

ଭୁବନେଶ୍ୱର : ଢେଙ୍କାନାଳ, ବୁଧବାର ପୂର୍ବାହ୍ନ ୧୦: ୩୦ ରୁ ଅପରାହ୍ଣ ୧: ୩୦ ମଧ୍ୟରେ ଯାଜପୁର, କେନ୍ଦୁଝର ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଏବଂ ମାଲକାନଗିରି ଆଦି ଜିଲ୍ଲାକୁ ମଧ୍ୟ କିଛି ପରିମାଣରେ ଏହି ଧରଣର ବର୍ଷା ହୋଇ ପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଏହାଛଡ଼ା ଅପରାହ୍ଣ ୧୨: ୪୫ ରୁ ଅପରାହ୍ଣ ୩: ୪୫ ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନଗୁଳ, କୋରାପୁଟ ଏବଂ ସୋନପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଅସରାଏ ଦୁଇ ଅସରା ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହୋଇପାରେ। ଏହି ସମୟ ମଧ୍ୟରେ ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏଭଳି ଘଡ଼ଘଡ଼ି ଓ ବର୍ଷା ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।

By amfnews

Related Post