Wed. Jul 22nd, 2026

ଅନ୍‌ଲୋଡିଙ୍ଗ୍‌ ବେଳେ ବିଜୁଳି ତାର ଲାଗିଯିବାରୁ ହାଇଓ୍ଵା ଚାଳକ ମୃତ

277 Views

ଝାରସୁଗୁଡ଼ା: ଗୁରୁବାର ରାତିରେ କୋଲାବିରା ଥାନା ଅଧୀନ ଅମାଟି ଗ୍ରାମରେ ଗୋଟାଏ ହାଇଓ୍ଵା ଟ୍ରକ୍‌ର ଡାଲା ବିଜୁଳି ତାର ସହ ଲାଗିଯିବା କାରଣରୁ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ହାଇଓ୍ଵା ଚାଳକ ହେଉଛନ୍ତି ଜମନକିରା ଥାନା ଅଞ୍ଚଳ ତିନି ମହୁଲ ଗ୍ରାମର ୩୭ ବର୍ଷିୟ କୈଳାସ ବେହେରା। ଅଘଟଣଟି ଗତ ରାତି ପ୍ରାୟ ୧୧ଟା ବେଳେ ଘଟିଛି।

ଲୁଙ୍ଗୁଡ଼ାରୁ ବଡ଼ମାଳ ଯାଏଁ ତିଆରି ହେଉଥିବା ରାସ୍ତା କାମ ସକାଶେ ନିୟୋଜିତ ହୋଇଥିବା OD23G9636 ନମ୍ବରବିଶିଷ୍ଟ ହାଇଓ୍ଵା ଟ୍ରକ୍‌ଟି ଅମାଟିସ୍ଥିତ ଷ୍ଟକ୍‌ ୟାର୍ଡକୁ ବଜୁରି (ଚିପ୍ସ୍‍) ନେଇ ଯାଇଥିଲା। ସେଠାରେ ବଜୁରି ଅନ୍‌ଲୋଡ୍‌ କରିବା ବେଳେ ଉପରେ ଟଣା ହୋଇଥିବା ବିଜୁଳି ତାରରେ ହାଇଓ୍ଵା ଡାଲା ବାଜିବାରୁ ସମଗ୍ର ଗାଡ଼ିକୁ ବିଜୁଳି ପ୍ରବାହିତ ହୋଇଥିଲା। ଏବଂ ଚାଳକ କୈଳାସ ବିଜୁଳି ଆଘାତ ପାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଆଜି ସକାଳେ କୋଲାବିରା ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

By amfnews

Related Post