Tue. Aug 25th, 2026

ଅନ୍ୱେଷା ପକ୍ଷରୁ ସାମୂହିକ ବୋଇତ ବନ୍ଦାଣ ଉତ୍ସବ

228 Views

ରାଉରକେଲା, ୨୪ା୧୧: ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷା ଆନୁକୂଲ୍ୟରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାସନ୍ତୀ କଲୋନୀ ଡିଏଭି ପୋଖରୀ ଏବଂ ସେକ୍ଟର-୨୦ ସ୍ଥିତ ବୈକୁଣ୍ଠ ଘାଟରେ ଆୟୋଜିତ କାର୍ଯ୍ୟକ୍ରମରେ ଅବହେଳିତ ବର୍ଗର ପିଲାମାନଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନ କରାଯାିଥିଲା ।

ଏହି ପିଲାମାନଙ୍କ ନିମନ୍ତେ ୫୦ରୁ ଊଦ୍ଧ୍ୱର୍ ଡଙ୍ଗା ଦିଆଯାଇ ସେମାନଙ୍କ ସହ ସାମୂହିକ ଭାବେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଟ୍ରଷ୍ଟି ଚେୟାରମ୍ୟାନ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏଥିରେ ଅନ୍ୱେଷା ପରିବାରର ସଭାପତି କଳ୍ପନା ଶତପଥୀଙ୍କ ସମେତ ଟ୍ରଷ୍ଟି ସଦସ୍ୟା ରଶ୍ମିତା ପଣ୍ଡା, ଚିତ୍ତରଞ୍ଜନ ବ୍ରହ୍ମା, ଡଲିରାଣି ବ୍ରହ୍ମା, ଅର୍ଚ୍ଚନା ଦେବତା, ଚନ୍ଦ୍ରଶେଖର ଶତପଥୀ, ଖୁସି, ନିଶି ଏବଂ ମନମୋହନ କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post