Tue. Sep 8th, 2026

ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କା ଫାଇନ୍‌

232 Views

ସମ୍ୱଲପୁର  :   ମାର୍ଚ୍ଚ ୧ ତାରିଖରୁ ସାରା ରାଜ୍ୟରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଧରପଗଡ଼ ଆରମ୍ଭ ହୋଇଛି। ଆଜି ସମ୍ୱଲପୁର ସହର ସ୍ଥିତ ଲକ୍ଷ୍ମୀ ଟକିଜ୍‌ ଛକରେ ଜଣେ ଅଟୋ ଚାଳକ ଆଇନ ଉଲଂଘନ କରିଥିବା ଅଭିଯୋଗରେ ପରିବହନ ବିଭାଗ  ୩୦ ହଜାର ୫ ଶହ ଟଙ୍କା ଚାଲାଣ କାଟିଛି। ଅଟୋର ରେଜିଷ୍ଟ୍ରେସନ ସାର୍ଟିଫିକେଟ ନଥିବାରୁ ୫ ହଜାର ଟଙ୍କା, ଡିଏଲ ନଥିବାରୁ ୫ ହଜାର ଏବଂ ଓଭର ଲୋଡିଂ ପାଇଁ ୨୦ ହଜାର ଏବଂ ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କା ଜରିମାନା କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁରରେ ଦୁଇ ଜଣ ନାବାଳକ ଟ୍ରାଫିକ୍‌ ନିୟମ ଭାଙ୍ଗି ଥିବାବେଳେ, ସେମାନଙ୍କର ବାପାମାନଙ୍କୁ ଗଣିବାକୁ ପଡ଼ିଛି ମୋଟା ଅଙ୍କର ଜରିମାନା।  ମୋଟ ୮୦ ହଜାର ଟଙ୍କାର ଫାଇନ୍ କଟିଛି ଦୁଇ ବ୍ୟକ୍ତିଙ୍କ ନାଁରେ।

By amfnews

Related Post