Thu. Jul 2nd, 2026

ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳି ଚୋଟରେ ଦୁଇ ଭାଇ ଆହତ

187 Views

ରାଇରଙ୍ଗପୁର : ସୋମବାର ସକାଳେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ସହରର ଲିଙ୍କ୍‌ ରୋଡ୍‌ ଠାରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳି ଚୋଟରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଆହତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଦୁଇ ଭାଇ ଦୟାଶଙ୍କର ଏବଂ ଗୌରୀଶଙ୍କର ଶ’। ଧାନ ବେପାର କରୁଥିବା ଦୁଇ ଭାଇ ଲିଙ୍କ୍‌ରୋଡ୍‌ରେ ଥିବା ତାଙ୍କ ଧାନଖଟିରେ ଥିଲେ। ସକାଳ ପ୍ରାୟ ୭:୩୦ରେ ଅଜ୍ଞାତ ଜଣେ ଦୁର୍ବୃତ୍ତ ଦେଶୀ ପିସ୍ତଲରୁ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା।

ଦୟାଶଙ୍କରଙ୍କର ଛାତି ଏବଂ ଗୌରୀଶଙ୍କର କାନ୍ଧରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନା ନିଆଯାଇଥିଲା। ଅଧିକ ଚିକିତ୍ସା ପାଇଁ ସେଠାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post