Fri. Sep 4th, 2026

ଅଙ୍କଲ୍‌ ପଠାଇଥିବା ଜନ୍ମଦିନ କେକ୍‌ ଖାଇ ୯ ବର୍ଷିୟ ବାଳକ ସମେତ ୨ ମୃତ

345 Views

ସିଦ୍ଦିପେତ  : ଗୁରୁବାର ଦିନ ତେଲେଙ୍ଗାନାର ସିଦ୍ଦିପେତ ଜିଲ୍ଲା ଅନ୍ତର୍ଗତ ଆୟିନାପୁର ଗାଁରେ ଜନ୍ମଦିନ କେକ୍‌ ଖାଇ ଗୋଟିଏ ପରିବାରର ଦୁଇଜଣ ପ୍ରାଣ ହରାଇବା ସହ ଅନ୍ୟ ଦୁଇ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେ କେକ୍‌ରେ ବିଷ ଦିଆଯାଇଥିବା ଅଭିଯୋଗ ହେଉଛି।

କୋମାରଭେଲ୍ଲି ପୁଲିସ କହିବା ଅନୁସାରେ, କେକ୍‌ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିବା ସେ ପରିବାରର ସଦସ୍ୟମାନଙ୍କୁ ସିଦ୍ଦିପେତ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ୯ ବର୍ଷିୟ ରାମ ଚରଣଙ୍କର ମୃତ୍ୟୁ ହୋଇ ସାରିଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ୩୯ ବର୍ଷୀୟ ରବିଙ୍କର ମୃତ୍ୟୁ ଘଟିଲା।

ପରିବାର ଅନ୍ୟ ଦୁଇ ଜଣ ସଦସ୍ୟ ଭାଗ୍ୟ ଓ ପୂଜିତା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଜନ୍ମଦିନ କେକ୍‌ଟିଏ କିଣି ଦେବାକୁ ମୃତ ୯ ବର୍ଷିୟ ରାମ ଚରଣ ତାଙ୍କ ଅଙ୍କଲ୍‌ଙ୍କୁ କହିଥିଲେ। କୁହାଯାଉଛି ଯେ ଶ୍ରୀନିବାସ ତା’ ପାଇଁ ବିଷମିଶ୍ରିତ କେକ୍‌ଟାଏ ପଠାଇଥିଲେ। ସେ କେକ୍‌ଟିକୁ ଖାଇବା ପରେ ପରିବାରର ସବୁ ଲୋକେ ଅସୁସ୍ଥ ହୋଇପଡ଼ିଲେ ବୋଲି ପୁଲିସ କହୁଛି। ଶ୍ରୀନିବାସଙ୍କ ନାମରେ ନରହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଏ ଘଟଣାର ଅଧିକ ତଦନ୍ତ ଚାଲିଛି।

By amfnews

Related Post