Fri. May 17th, 2024

ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍ବ’କୁ ନେଇ ଆସିଲା ଅଭିଯୋଗ, ଚଳଚ୍ଚିତ୍ରରେ ମାଆ ଲକ୍ଷ୍ମୀଙ୍କୁ ପରିହ‌ାସ କରାଯାଇଛି

By amfnews Oct 13, 2020 #Featured
283 Views

ମୁମ୍ବାଇ: ବିବାଦୀୟ ସେଲିବ୍ରିଟି ତଥା ଆତ୍ମଘୋଷିତ ଚଳଚ୍ଚିତ୍ର ସମାଲୋଚକ କମଲ ରସିଦ ଖାନ ଏକା କେ.ଆର.କେ ତାଙ୍କ ଟ୍ୱିଟ୍ ପାଇଁ ସଦା ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ତାଙ୍କ ଟ୍ବିଟ୍‌ ପୋଷ୍ଟ୍‌ରେ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି। କେ.ଆର.କେ ଟ୍ବିଟ୍‌ କରିି ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍ବ’ ନଦେଖିବାକୁ କହିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ମାଆ ଲକ୍ଷ୍ମୀଙ୍କୁ ଅସମ୍ମାନ କରାଯାଇଛି। ସେ ଟ୍ବିଟ୍‌ କରି ପ୍ରଶଂସକମାନଙ୍କୁ ଏହି ଚଳଚ୍ଚିତ୍ରକୁ ବୟକଟ କରିବାକୁ ନିବେଦନ କରିଛନ୍ତି।

ସେ ଲେଖିଛନ୍ତି, ‘ଲକ୍ଷ୍ମୀ ଜଣେ ଦେବୀ। ଅକ୍ଷୟ କୁମାର ତାଙ୍କ ଅଭିନୟ ମାଧ୍ୟମରେ ସେହି ଦେବୀଙ୍କୁ ପରିହାସ କରିଛନ୍ତି। ତାଙ୍କୁ ବାଟକୁ ଆଣିବା ପାଇଁ ଜନସାଧାରଣ ତାଙ୍କ ସିନେମାକୁ ବୟକଟ କରିବା ଉଚିତ। ଯାହାଫଳରେ ସେ ଭବିଷ୍ୟତରେ ଆଉ ଏତେ ବଡ଼ ଭୁଲ୍ କରିବେ ନାହିଁ। ଏହା ଭାରତ, କାନାଡା ନୁହେଁ। ଏଠାରେ ଦେବାଦେବୀଙ୍କ ପୂଜା କରାଯାଏ, ଥଟ୍ଟା କରାଯାଏ ନାହିଁ।’


KRK@kamaalrkhan

Folded hands

#Laxami is a Goddess, Devi and #AkshayKumar is mocking her by his film #LaxmiBomb! Public must boycott it to teach him a lesson, So that he doesn’t do such a big blunder in the future. It’s India not Canada. Yahan Devi Devtaon Ki puja Ki Jati Hai Mazaak Nahi Banaya Jata

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅକ୍ଷୟ ଏବଂ କିଆରା ଆଡଭାନୀ ଅଭିନୟ କରିଛନ୍ତି। ଏହାକୁ ରାଧା ଲରେନ୍ସ ନିର୍ଦେଶନା ଦେଇଛନ୍ତି ଏବଂ ୨୦୨୦ ନଭେମ୍ବର ୯ ତାରିଖରେ ଚଳଚ୍ଚିତ୍ରଟି ରିଲିଜ୍‌ ହେବାକୁ ଯାଉଛି।’

By amfnews

Related Post