Thu. Jul 23rd, 2026

୮୫ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ବର୍ଷୀୟାନ୍ ଅଭିନେତା ସୌମିତ୍ର ଚାଟାର୍ଜୀ

497 Views

ନୂଆଦିଲ୍ଲୀ: ବରିଷ୍ଠ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତ ହୋଇଛି। ୮୫ବର୍ଷ ବୟସରେ ସୌମିତ୍ର ଚାଟାର୍ଜୀ ପରଲୋକ ଗମନ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ  ବଞ୍ଚାଇପାରିନଥିଲେ। ସୌମିତ୍ର ଚାଟାର୍ଜୀଙ୍କୁ  ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଶେଷରେ, ଆଜି ଦିନ ୧୨ଟା ୧୫ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତ ହେବା ଖବର ତାଙ୍କ ପ୍ରଶଂସକ ଏବଂ କଳାକାରମହଲରେ ଶୋକର ଛାୟା ଖେଳାଇ ଦେଇଛି । ସୋସିଆଲ ମିଡିଆରେ ସୌମିତ୍ର ଚାଟାର୍ଜୀଙ୍କ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସୂଚନା ମୁତାବକ, ସୌମିତ୍ର ଚାଟାର୍ଜୀଙ୍କ ସ୍ବାବ ନମୂନା ର‌ିପୋର୍ଟ ପଜିଟିଭ ଅସିବା ପରେ ତାଙ୍କୁ ଅକ୍ଟୋବର ୬ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ କରୋନାରୁ ଆରୋଗ୍ୟ ହୋଇଥିଲେ। କିନ୍ତୁ କୋଭିଡ ଏନସେଫାଲୋପାଥି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥିଲା। ଗତ ୪୦ଦିନ ମଧ୍ୟରେ ସ୍ନାୟୁବିଜ୍ଞାନ, ନେଫ୍ରୋଲୋଜି, କାର୍ଡିଓଲୋଜି, କ୍ରିଟିକାଲ କେୟାର ମେଡିସିନ୍‌ର ବିଶେଷଜ୍ଞଙ୍କ ଏକ ବଡ଼ ଦଳ  ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ଉଦ୍ୟମ ଚଳାଇଥିଲେ।  କିନ୍ତୁ କୌଣସି ସୁଫଳ ମିଳି ନଥିଲା।

By amfnews

Related Post