Sun. Oct 18th, 2026

୭ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଲର୍ଟ

205 Views

ଭୁବନେଶ୍ୱର : ରାଜ୍ୟରେ ଦୁଇ ଦିନ ହେବ ପାଗ କୋହଲା ରହିବା ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ। ଏହାସହ ଘଡ଼ଘଡ଼ି ମାରିବ। ଏନେଇ ୭ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଓ କେନ୍ଦୁଝର। ସକାଳ ୯ଟା ୪୫ ଯାଏ ଏହି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

By amfnews

Related Post