Sat. Oct 3rd, 2026

୬ଲକ୍ଷ ଟଙ୍କା, ୭ତୋଳା ସୁନା ଗହଣା ଚୋରି

324 Views

ଗୁଣପୁର : ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଖିଲାପଦର ଗ୍ରାମର ଏମ. ମଧୁସୂଦନଙ୍କ ଘରୁ ନଗଦ ୬ଲକ୍ଷ ଟଙ୍କା ଓ ୭ତୋଳା ସୁନା ଗହଣା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଖିଲାମୁଣ୍ଡା ଗ୍ରାମର ଏମ. ମଧୁସୂଦନଙ୍କ ପରିବାର ଗତ ୨୨ତାରିଖରେ ନିଜ ସଂପର୍କୀୟଙ୍କ ବାହାଘରେ ଯୋଗ ଦେବାକୁ ବିଶାଖାପାଟଣା ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଗତକାଲି ରାତିରେ ଦୁର୍ବୃତ୍ତ ଘର ଭିତରେ ପଶିଥିଲେ। ଆଲମିରା ଭାଙ୍ଗି ସେଥିରେ ଥିବା ନଗଦ ୬ଲକ୍ଷ ଟଙ୍କା ଓ ୭ତୋଳା ସୁନା ଗହଣା ସମେତ ଅନ୍ୟ ଅଳଙ୍କାର ଚୋରି କରି ନେଇଥିଲେ।

ଆଜି ମଧୁସୂଦନ ଘରକୁ ପହଞ୍ଚିବା ପରେ ଚୋରି ହୋଇଥିବା ଜାଣି ଗୁଣପୁର ଥାନାରେ ଅଭିଯୋଗ କରିଥିଲେ। ପରେ ଥାନା ଅଧିକାରୀ ରବିନ୍ଦ୍ର କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରାୟଗଡାରୁ ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରାଯାଇଥିଲା। ଖବର ଲେଖା ହେବା ସୁଦ୍ଧା ଏହି ଚୋରି ଘଟଣାରେ ପୁଲିସକୁ ସଫଳତା ମିଳିପାରିନି। ଏନେଇ ଗୁଣପୁର ଥାନାରେ କେଶ୍‌ ନଂ-୧୦୨/୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

By amfnews

Related Post