Tue. Sep 29th, 2026

୫ବର୍ଷ ହେଲା ଘରୋଇ ହିଂସାର ଶିକାର ହୋଇ ଆସୁଥିଲେ ଉତ୍ତରନ୍‌ ଅଭିନେତ୍ରୀ ଟିନା ଦତ୍ତା, ସମସ୍ତଙ୍କ ଆଗରେ ମାଡ଼ ମାରୁଥିଲେ ପ୍ରେମିକ

341 Views

ସୂଚନା ମୁତାବକ, ଖୁବ୍‌ ଶୀଘ୍ର ଡାୟନ ନାମକ ଏକ ସୋ’ରେ ନଜର ଆସିବାକୁ ଯାଉଛନ୍ତି ଟିନା । ଯାହାର ପ୍ରମୋସନ ପାଇଁ ସେ ଯାଇଥିବା ବେଳେ ନିଜ ସହ ହୋଇଥିବା ଘରୋଇ ହିଂସା ବିଷୟରେ ଜଣାଇଥିଲେ । ୫ବର୍ଷ ପର୍ଯ୍ୟନ୍ତ ଟିନା ପ୍ରେମ ସଂପର୍କରେ ରହିଥିବା ବେଳେ ତାଙ୍କ ପ୍ରେମିକ ତାଙ୍କୁ ମାଡ଼ ମାରୁଥିଲେ ବୋଲି କହିଛନ୍ତି ଟିନା । ପ୍ରେମିକଙ୍କ ସହ ସଂପର୍କକୁ ବଞ୍ଚାଇ ରଖିବା ପାଇଁ ମୁଁ ଅନେକ ଚେଷ୍ଟା କରିଥିଲି । ତାଙ୍କୁ ଭଲ ପାଉଥିବାରୁ ମୁଁ ତାଙ୍କର ସବୁ ଅତ୍ୟାଚାର ସହି ଆସୁଥିଲି । କିନ୍ତୁ ଯେତେବେଳେ ସେ ମୋତେ ନିଜ ସାଙ୍ଗମାନଙ୍କ ଆଗରେ ମାଡ଼ ମାରିଲେ, ମୁଁ ତାଙ୍କ ସହ ସଂପର୍କ ଛିନ୍ନ କରିବାର ନିଷ୍ପତ୍ତି ନେଲି ବୋଲି ଟିନା କହିଥିଲେ ।

By amfnews

Related Post