Mon. Jul 27th, 2026

‘୫ଟି ରାଜ୍ୟରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ବଢ଼ୁଛି’

233 Views

ନୂଆଦିଲ୍ଲୀ : ଦେଶରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ଆତଙ୍କବାଦୀଙ୍କ ଗତିବିଧି ବଢ଼ୁଛି। ଆଜି ଦିଲ୍ଲୀରେ ବସିଥିବା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ବୈଠକରେ ଡିଜି ଓ୍ୱାଇସି ମୋଦି ଏଭଳି କହିଛନ୍ତି। ଏହି ଆତଙ୍କବାଦୀ ସଂଗଠନ ଆସାମ୍, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକରେ ସକ୍ରିୟ ରହିଛି। ୧୨୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକା ଏହି ରାଜ୍ୟ ମାନଙ୍କୁ ଦିଆସରିଛି।

ଏନଆଇଏ ମହାନିର୍ଦ୍ଦେଶକ ଆଲୋକ ମିତ୍ତଲ କହିଛନ୍ତି ୨୦୧୪-୧୮ ମଧ୍ୟରେ ଜେଏମବି ବାଙ୍ଗାଲୋରରେ ୨୦-୨୨ଟି ସ୍ଥାନରେ ନିଜର ସଂସ୍ଥା ଲୁଚେଇ ତିଆରି କରିଛି। ଦକ୍ଷିଣ ଭାରତରେ ଏହି ଆତଙ୍କବାଦୀ ସଂଗଠନ ଆଗକୁ ବଢିବା ପାଇଁ ଯୋଜନା କରିଛି। ଏମିତିକି କର୍ଣ୍ଣାଟକ ସୀମାରେ ଥିବା କୃଷ୍ଣାଗିରି ପାହାଡ଼ରେ ଜେଏମବି ରକେଟ ଲଞ୍ଚର ପରୀକ୍ଷ କରିଥିଲା ବୋଲି ସେ କହିଛନ୍ତି।

ମିଆଁମାରରେ ରୋହିଙ୍ଗ୍ୟା ମୁସଲିମଙ୍କ ଅବସ୍ଥା ଖରାପ ରହିଛି। ଏହାର ପ୍ରତିଶୋଧ ନେବା ପାଇଁ ଦେଶରେ ଥିବା ବୌଦ୍ଧ ମନ୍ଦିର ଗୁଡ଼ିକ ଉପରେ ଏହି ଜେଏମବି ଆକ୍ରମଣ କରିବାକୁ ଯୋଜନା କରିଛି ବୋଲି ଏନଆଇଏ ମହାନିର୍ଦ୍ଦେଶକ କହିଛନ୍ତି।

By amfnews

Related Post