Thu. Aug 6th, 2026

୫ଟି ଯାକ ରାଜ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନ ହାରିବ: ସୁଷମା ସ୍ୱରାଜ

528 Views

ଜୟପୁର: ରାଜସ୍ଥାନରେ ନିର୍ବାଚନ ପ୍ରଚାରରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ହିନ୍ଦୁତ୍ୱ ନେଇ ପ୍ରଶ୍ନ ଉଠାଇଥିବାବେଳେ ଏହାର ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ।

ରାଜସ୍ଥାନର ଜୟପୁରରେ ଏକ ନିର୍ବାଚନୀ ସଭାରେ ସୁଷମା କହିଛନ୍ତି ,ରାହୁଲ୍‌ ଗାନ୍ଧୀଙ୍କର ହିନ୍ଦୁ ସାଜିବା କଂଗ୍ରେସକୁ କୌଣସି ମତେ ସାହାଯ୍ୟ କରିବ ନାହିଁ। କଂଗ୍ରେସ ୫ଟି ଯାକ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିବ।

ଏକ ସାମ୍ବାଦିକ ସମ୍ମିଳନୀରେ ସୁଷମା ସ୍ୱରାଜ କହିଛନ୍ତି ,କଂଗ୍ରେସ ଭିତରେ ଦ୍ୱନ୍ଦ୍ୱ ରହିଛି। ସେମାନେ ଏକ ମେଣ୍ଟ ଗଠନ କରି ରାହୁଲ ଗାନ୍ଧିଙ୍କୁ ଏହାର ନେତା ବନାଇବେ ନା ଏକା ଏକା ନିର୍ବାଚନ ଲଢ଼ିବେ ତାହା ସ୍ଥିର କରି ପାରି ନାହାନ୍ତି। ଠିକ୍‌ ସେମିତି ରାହୁଲ ଗାନ୍ଧିଙ୍କର ଧର୍ମ ଓ ଜାତିକୁ ନେଇ ମଧ୍ୟ ସେମାନଙ୍କର ଦ୍ୱନ୍ଦ୍ୱ ରହିଛି।

ଛତିଶଗଡ଼ ,ମଧ୍ୟପ୍ରଦେଶ ,ରାଜସ୍ଥାନ,ତେଲେଙ୍ଗନା ଓ ମିଜୋରାମ୍‌ ସବୁଠାରେ କଂଗ୍ରେସ ହାରିବ ବୋଲି ଦାବି କରିଛନ୍ତି ସୁଷମା। ସେ କହିଛନ୍ତି କି ଜନମତ ସର୍ଭେଗୁଡ଼ିକ କଂଗ୍ରେସ ସପକ୍ଷରେ ଦେଇଥିବା ପୂର୍ବାନୁମାନ୍‌ ଭୁଲ୍‌ ପ୍ରମାଣିତ ହେବ।

By amfnews

Related Post