Fri. Jul 31st, 2026

୪ ଜଣିଆ ସଚିବ ଦଳଙ୍କ ମାଲକାନଗିରି ଗସ୍ତ………

193 Views

ମାଲକାନଗିରି,୧୦/୧୧:  ମାଲକାନଗିରି ଜିଲ୍ଲା ଗସ୍ତରେ ରାଜ୍ୟ ସରକାରଙ୍କ ୪ଜଣିଆ ସଚିବ ଦଳ । ଚିତ୍ରକୋଣ୍ଡା ବ୍ଲକର ବିଛିନ୍ନାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏହି ୪ଜଣିଆ ସଚିବ ଦଳ ଗସ୍ତ କରିଛନ୍ତି । ସଚିବ ଦଳ ପ୍ରଥମେ ବଡପଡା ଠାରେ ଏକ ହେଲିକପ୍ଟର ଯୋଗେ ପହଞ୍ଚି ଗୁରୁପ୍ରିୟାର ଗ୍ରାଉଣ୍ଡ ସ୍ଥିତି ଅନୁଧ୍ୟାନ କରିଥିଲେ ।
ସୂଚନା ରହିଛି ଯେ, ଗୁରୁପ୍ରିୟା ସେତୁର ଉଦଘାଟନ ସମୟରେ ସ୍ୱାଭିମାନ ଅଞ୍ଚଳକୁ 100 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏହି 100 କୋଟି ଟଙ୍କା କେଉଁ କେଉଁ କାମରେ ବ୍ୟୟ କରାଯିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ସହ ସ୍ୱାଭିମାନ ଅଞ୍ଚଳରେ କିଭଳି ପାନୀୟ ଜଳର ସୁବିଧା, ରାସ୍ତାଘାଟ, ଟେଲିଫୋନ ସେବା, ନୂତନ ବିଦ୍ୟାଳୟ ନିର୍ମାଣ ହୋଇପାରିବ ସେ ସମ୍ପର୍କରେ ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା ।
ତେବେ ଏହି ଆଲୋଚନା ଦୀର୍ଘ ସମୟ ଧରି ଚାଲିଥିଲା । ଆୟୋଜିତ ବୈଠକକୁ ଅତିରିକ୍ତ ମୁଖ୍ୟ ସଚିବ ଆର ବାଳକ୍ରିଷ୍ଣା ଅଧ୍ୟକ୍ଷତା କରିଥିବା ବେଳେ ଜଳସମ୍ପଦ ସଚିବ ନଳିନୀକାନ୍ତ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ମୋନା ଶର୍ମା, ଜିଏ ଆଣ୍ଡ ପିଜି ସେକ୍ରେଟାରୀ ଅଶୋକ ମିନାଙ୍କ ସମେତ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ , ମାଲକାନଗିରି ଏସପି ଜଗମୋହନ ମିନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଗୁରୁପ୍ରିୟା ସେତୁ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

By amfnews

Related Post