Sat. Apr 25th, 2026

୪ବର୍ଷ ହେବ ସେନାର ଚାରିଜଣ ଯବାନ ମିଲିଟ୍ରି ହସ୍‌ପିଟାଲରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ

275 Views

ପୁଣେ: ସେନାର ଚାରିଜଣ ଯବାନ ଉପରେ ମିଲିଟ୍ରି ହସ୍‌ପିଟାଲରେ ଜଣେ ଦିବ୍ୟାଙ୍ଗ ମହିଳା ସହିତ ଗତ ୪ବର୍ଷ ମଧ୍ୟରେ ଅନେକ ଥର ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କ ପରିବାରଙ୍କ ପକ୍ଷରୁ ଅନେକ ଥର ଏହି ଘଟଣାକୁ ନେଇ ଅଭିଯୋଗ ହୋଇଛି କିନ୍ତୁ ହସ୍‌ପିଟାଲ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଏଥିରେ ନିରାଶ ହୋଇ ମହିଳା ଇନ୍ଦୋରରେ ଜଣେ ଦମ୍ପତିଙ୍କ ସାହାଯ୍ୟ ଲୋଡି ମଙ୍ଗଳବାର ବିଳମ୍ବିତ ରାତିରେ ପୁଣେର ଖଦଲି ପୁଲିସ ଷ୍ଟେସନ୍‌ରେ ଦୁଷ୍କର୍ମ ଘଟଣାକୁ ନେଇ ମାମଲା ରୁଜୁ କରିଥିଲେ।

ପୀଡିତା ପ୍ରତିରକ୍ଷା ମନ୍ତ୍ରାଳୟ ଓ ସେନା ମୁଖ୍ୟଙ୍କୁ ପତ୍ର ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ବି କରିଥିଲେ। ପ୍ରତିରକ୍ଷା ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଘଟଣା ଶୁଣିବା ପରେ ଯାଞ୍ଚର ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୩୪ବର୍ଷୀୟ ପୀଡିତ ମହିଳା ପୁଣେର ମିଲିଟ୍ରି ହସ୍‌ପିଟାଲରେ ଅନେକ ବର୍ଷ ହେବ କାର୍ଯ୍ୟରତ ଥିଲେ। ମହିଳା କଥା କହି ପାରନ୍ତି ନାହିଁ କି ଶୁଣି ବି ପାରନ୍ତି ନାହିଁ। ଅଭିଯୋଗ ହୋଇଛି କି ତାଙ୍କ ସହିତ ୨୦୧୫ରୁ ସେନାର ତିନିଜଣ ଯବାନ ଅନେକ ଥର ଦୁଷ୍କର୍ମ କରିବା ସହିତ ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ। ତାଙ୍କର ୧୨ବର୍ଷର ଏକ ପୁତ୍ର ସନ୍ତାନ ବି ଅଛି।

By amfnews

Related Post