Wed. Sep 23rd, 2026

୩ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ୩୧୦ ଗଞ୍ଜାଇଗଛ ନଷ୍ଟ କଲା ଅବକାରୀ ବିଭାଗ

223 Views

ପାଇକସାହି : ବୁଧବାର ଭୋର୍‌ ସମୟରେ ଆଠମଲ୍ଲିକ ଅବକାରୀ ବିଭାଗ, ଠାକୁରଗଡ଼ ପୁଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ଅଭିଯାନରେ ଚଢ଼ାଉ କରାଯାଇ ଅନଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବଡ଼ଦାଦର ଜଙ୍ଗଲର ନାଳଖଣ୍ଡିରେ ୩୧୦ଟି ଗଞ୍ଜାଇଗଛ ନଷ୍ଟ କରି ଦିଆଯାଇଛି।

ବଡ଼ଦାଦର ଜଙ୍ଗଲରେ ୧୨ ସେସିମିଲ୍‌ ଜମିରେ ଗଞ୍ଜାଇଚାଷ କରାଯାଇଥିବା ଖବର ବିଶେଷସୂତ୍ରରୁ ପାଇ ବିଭାଗୀୟ କର୍ମଚାରୀମାନେ ସେଠାରେ ପହଞ୍ଚି ଗଛଗୁଡ଼ିକୁ ଜମିରୁ ଉପାଡ଼ି ଦେଇଥିଲେ। ପରେ ସେଗୁଡ଼ିକୁ ଗଦାମାରି ପୋଡ଼ି ଦିଆଯାଇଛି। ପୋଡ଼ି ନଷ୍ଟ କରିଦିଆଯାଇଥିବା ଗଞ୍ଜାଇଗଛଗୁଡ଼ିକର ମୂଲ୍ୟ ୩ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି।

By amfnews

Related Post