Thu. Sep 24th, 2026

୩ ମାସ ତଦନ୍ତ ପରେ ମାଟି ତଳୁ ବାହାରିଲା ଶବ

239 Views

ପଦ୍ମପୁର  :   ମୃତ୍ୟୁର ୩ ମାସ ପରେ ମାଟି ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୁଲିସ। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ୍ ମେଳଛାମୁଣ୍ଡା ଥାନା ଅମ୍ବାମୁଣ୍ଡା ଗାଁରେ।

ଅଭିଯୋଗ ଅନୁସାରେ, ଗତ ଏପ୍ରିଲ ୧୮ ତାରିଖରେ ଗାଁରେ ଉଦୟ ତାଣ୍ଡି ନାମକ ଜଣେ ବ୍ୟକ୍ତି ମଦ ପିଇ ଅସୁସ୍ଥ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଉଦୟଙ୍କୁ ଯୋଜନା ବଦ୍ଧ ଭାବେ ବିଷାକ୍ତ ମଦ ପିଆଇ ହତ୍ୟା କରାଯାଇ ଥିବା ମୃତକଙ୍କ ସ୍ତ୍ରୀ ଓ ପୁଅ ଅଭିଯୋଗ କରିଥିଲେ। ଗତକାଲି ପୁଲିସ୍ ମୃତଦେହକୁ ମାଟି ତଳୁ କାଢ଼ି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି।

By amfnews

Related Post