Tue. Sep 15th, 2026

୩ ବର୍ଷ ଲାଗି ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ରହିବେ ଓଡ଼ିଆ ବୈଜ୍ଞାନିକ ଡ.ଅଜିତ ମହାନ୍ତି

401 Views

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଶ୍ରେଷ୍ଠ ଆଣବିକ ଗବେଷଣା କେନ୍ଦ୍ର ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର (ବାର୍କ) ନିର୍ଦ୍ଦେଶକ ଭାବେ ଓଡ଼ିଆ ବୈଜ୍ଞାନିକ ଡ. ଅଜିତ ମହାନ୍ତିଙ୍କୁ  ନିଯୁକ୍ତ ଦିଆଯାଇଛି। ଗତକାଲି ନିଯୁକ୍ତି ସଂପର୍କିତ କ୍ୟାବିନେଟ କମିଟିର ଅନୁମୋଦନ ଡ.ଅଜିତ ମହାନ୍ତିଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ କରାଯାଇଛି। ଗତ ୬ ମାସ ଧରି ଏହି ପଦ ଖାଲି ଥିଲା ବୋଲି ଜଣାପଡ଼ିଛି। ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ।

ନୂତନ ନିଯୁକ୍ତି ପୂର୍ବରୁ ଡ. ମହାନ୍ତି  ଭାବା ପରମାଣୁ ଗବେଷଣା କେନ୍ଦ୍ରର ଫିଜିକ୍ସ ଗ୍ରୁପ୍ର ନିର୍ଦ୍ଦେଶକ ଏବଂ କଲିକତାସ୍ଥିତ ସାହା ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ଫିଜିକ୍ସର ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ଥିଲେ।

ଦେଶର ଦ୍ବିତୀୟ ଗଭୀରତମ ଆଣବିକ ପ୍ରୟୋଗଶାଳା ସ୍ଥାପନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଡ.ମହାନ୍ତି। ଏହି ଆଣବିକ ପ୍ରୟୋଗଶାଳା ଝାଡଖଣ୍ଡର ପୂର୍ବ ସଂହଭୂମ୍ ଜିଲ୍ଲାର ଜାଦୁଗୋଡାସ୍ଥିତ ଏକ ୟୁରାନିୟମ୍ ଖଣି ମଧ୍ୟରେ ଏହି ପ୍ରୟୋଗଶାଳା ସ୍ଥାପନ କରାଯାଇଛି।

By amfnews

Related Post