Sun. Sep 6th, 2026

୩ ଦିନ ଆଗରୁ ହ୍ୱାଇଟ୍‌ ହାଉସରେ ଦୀପାବଳି ପାଳିବେ ଟ୍ରମ୍ପ

248 Views

ୱାଶିଂଟନ୍‌  : ଆସନ୍ତା ରବିବାର ସମଗ୍ର ଭାରତ ବର୍ଷରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ହେଲେ ଏହାର ୩ ଦିନ ପୂର୍ବରୁ ଅର୍ଥାତ ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଦୀପାବଳି ଉତ୍ସବ ପାଳନ କରିବେ। ହ୍ୱାଇଟ୍‌ ହାଉସ୍‌ରେ ଦୀପାବଳି ପାଳନର ଉତ୍ସବ ୨୦୦୯ରୁ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଆରମ୍ଭ କରିଥିଲେ।

ଟ୍ରମ୍ପ ତୃତୀୟ ବର୍ଷ ପାଇଁ ହ୍ୱାଇଟ୍‌ ହାଉସରେ ଏହାକୁ ପାଳନ କରିବାକୁ ଯାଉଛନ୍ତି। ଟ୍ରମ୍ପ କେବଳ ଦୀପାବଳି ଦିନ ହ୍ୱାଇଟ୍‌ ହାଉସ୍‌ରେ ଦୀପ ଜଳାଇବେ ବୋଲି ଜଣାପଡ଼ିଛି। ଏହାପରର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମିଳିନାହିଁ। ୨୦୧୭ ଓ ୨୦୧୮ ଦୀପାବଳି ପାଳନ ବେଳେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଉଠାଇ ତାଙ୍କୁ ପ୍ରଶଂସା କରିଥିଲେ।ଅନ୍ୟପକ୍ଷରେ ଶନିବାର ଠାରୁ ହିଁ ଆମେରିକାରେ ଦୀପାବଳି ଉତ୍ସବ ଆରମ୍ଭ ହୋଇଛି। ଟେକ୍ସାସ ଗଭର୍ଣ୍ଣର ଜର୍ଜ ଆବୋଟ ଭାରତ-ଆମେରିକା ସଂପ୍ରଦାୟର ଲୋକଙ୍କ ସହ ଶନିବାର ଦୀପାବଳି ପାଳନ କରିଥିଲେ।

By amfnews

Related Post