Wed. Oct 14th, 2026

୩୩ ବର୍ଷ ଧରି କେବଳ ଚା’ ପିଇ ଜୀବନଧାରଣ କରିଛନ୍ତି ୪୪ ବର୍ଷୀୟ ମହିଳା !

287 Views

କୋରିୟା:ଛତିଶଗଡର ଜଣେ ୪୪ ବର୍ଷୀୟ ମହିଳା ଗତ ୩୩ ବର୍ଷ ଧରି କେବଳ ଚା’ ପିଇ ଜୀବନଧାରଣ କରିଛନ୍ତି। ଖାଲି ସେତିକି ନୁହେଁ, ସେ ବେଶ୍‌ କର୍ମଠ ଓ ସୁସ୍ଥ ଜୀବନଯାପନ ବି କରି ଆସୁଛନ୍ତି। କୋରିୟା ଜିିଲ୍ଲା ଅନ୍ତର୍ଗତ ବରଦିୟା ଗାଆଁର ଏହି ମହିଳାଙ୍କ ନାଆଁ ହେଲା ପିଲ୍ଲୀ ଦେବୀ। ସେ ୧୧ ବର୍ଷ ବୟସରୁ ଖାଦ୍ୟ ଗ୍ରହଣ ଛାଡ଼ିଥିଲେ। ତା’ପରଠାରୁ ସେ କେବଳ ଚା’ପିଇ ବଞ୍ଚିଛନ୍ତି।


ପିଲ୍ଲୀଙ୍କ ବାପା ରତି ରାମ କହନ୍ତି ଯେ ଝିଅ ଷଷ୍ଠ ଶେଣ୍ରୀରେ ପଢୁଥିବା ବେଳେ ଏକ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ଲାଗି ଯାଇଥିଲା। ସେଠାରୁ ଫେରିବାପରେ ଖାଦ୍ୟ ଖାଇଲା ନାହିଁ । ସେ ଚା’ସହିତ କିଛି ବିସ୍କୁଟ ଖାଉଥିଲା,ମାତ୍ର ପରେ ସେସବୁକୁ ବି ପରିହାର କରିଲା। ପିଲ୍ଲୀ ଆଗେ କ୍ଷୀର ଚା’ ପିଉଥିଲା,ହେଲେ ଏବେ କେବଳ ନାଲି ଚା ପିଉଛି। ତା’ସହିତ କିଛି ବି ଖାଉ ନାହିଁ। ସେ ସୂର୍ଯ୍ୟାସ୍ତ ପୂର୍ବରୁ ଦିନକୁ ମାତ୍ର ଥରେ ଚା’ପିଇଥାଏ ବୋଲି ରତି ରାମ କହିଛନ୍ତି। ବାପା ଝିଅକୁ କାଳେ କିଛିି ରୋଗ ହୋଇଥିବା ଭାବି ଡାକ୍ତରଙ୍କ ପାଖକୁ ନେଇଥିଲେ,ମାତ୍ର ତା’ର କୌଣସି ରୋଗ ହୋଇ ନଥିବା ଡାକ୍ତର କହିଥିଲେ। ପିଲ୍ଲୀ କେବେ ବି ଘର ବାହାରକୁ ଯାଏ ନାହିଁ। ସେ ଦିନ ସାରା ଭଗବାନ ଶିବଙ୍କ ପୂଜାର୍ଚ୍ଚନାରେ ସମୟ ବିତାଏ।

By amfnews

Related Post