Tue. Jul 28th, 2026

୩୦ ପ୍ଲାଟୁନ୍‌ ଫୋର୍ସ, ୮୦ ଅଫିସର ମୁତୟନ ହେବେ

????????????????????????????????????
271 Views

ଭୁବନେଶ୍ବର, ୧୬/୧୧ : ବିଧାନସଭାର ଶୀତ ଅଧିବେଶନ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ବିଧାନସଭା ଓ ବିଧାନସଭା ବାହାରେ ୩୦ ପ୍ଲାଟୁନ ଫୋର୍ସ, ୮୦ ଜଣ ଅଫିସର, ଦୁଇ ୟୁନିଟ- ଏସ୍ଓଜି, ୨ ୟୁନିଟ- ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍ ମୁତୟନ ହେବେ। ବିଧାନସଭା ଭିତରେ ପୁଲିସ ସାଦା ପୋଷାକରେ ରହି ନଜର ରଖିବ। ଏଥିପାଇଁ ଆଜି ଅପରାହ୍ଣରୁ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଲାଗୁ କରାଯାଇଛି।

ଆଜି ଅପରାହ୍ଣରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ଗୁଇନ୍ଦା ବିଭାଗ ନିର୍ଦେଶକ ସୁନୀଲ ରୟ, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଆଇନଶୃଙ୍ଖଳା ଆଇଜି ଅମିତାଭ ଠାକୁର, ଡିସିପି ଅନୁପ ସାହୁ ପ୍ରମୁଖ ବିଧାନସଭା ପରିସରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି, ବିଧାନସଭା ଚାଲୁଥିବା ବେଳେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ଲାଗି ଦୁଇ ୟୁନିଟ୍‌- ଆଣ୍ଟିଟେରୋରିଷ୍ଟ ସ୍କ୍ବାଡ୍ ଓ ଏସ୍ଓଜି ଯବାନ ସବୁବେଳେ ପ୍ରସ୍ତୁତ ରହିବେ। ବିଧାନସଭା ଚାଲୁଥିବାବେଳେ ସନ୍ଧାନୀ କୁକୁର ଏବ˚ ବମ୍‌ ସ୍କ୍ବାଡ୍‌ ନିୟୋଜିତ ହେବେ। ଡିସିପି ଶ୍ରୀ ସାହୁ ଲୋୟର ପିଏମ୍‌ଜିରେ ଆଇନଶୃଙ୍ଖଳା ଦାୟିତ୍ବରେ ରହିବେ।

By amfnews

Related Post