Tue. Aug 18th, 2026

୩୦ କିଲୋମିଟର ଲକ୍ଷ୍ୟଭେଦୀ କ୍ଷମତାସଂପନ୍ନ କ୍ବିଆର୍‌ସାମ୍‌ ମିସାଇଲର ସଫଳ ପରୀକ୍ଷଣ

205 Views

ବାଲେଶ୍ବର/ ଚାନ୍ଦିପୁର: ଆଜି ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ କ୍ୟୁଆରସାମ୍‌(କ୍ବିକ୍‌ ରିଆକ୍ସନ୍‌ ସରଫେସ୍‌ ଟୁ ଏୟାର) କ୍ଷେପଣାସ୍ତ୍ରର ପରୀକ୍ଷା ହୋଇଥିବା ଜଣାଯାଇଛି। ଆଜି ସକାଳ ୧୧ଟା ୪୯ମିନିଟ୍‌ରେ ଏହି ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ  ସ୍ୱଦେଶୀ  ଜ୍ଞାନ କୌଶଳରେ ନିର୍ମିତ ବୋଲି ଜଣାଯାଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ରରର ଲକ୍ଷ୍ୟଭେଦୀ କ୍ଷମତା ୩୦ କିଲୋମିଟର ରହିଥିବାର ସୂଚନା ମିଳିଛି।

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍‌ସନ୍‌ ସରଫେସ୍‌  ଟୁ ଏୟାର ମିସାଇଲ ସଫଳତାର ସହିତ ଲକ୍ଷ୍ୟ ଭେଦ କରିଥିଲା ।  ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସାହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଧ୍ବଂସ କରିପାରିବ ବୋଲି କୁହାଯାଉଛି। ଭାରତ ସରକାରଙ୍କ ଡିଆରଡିଓ  ଭାରତ ଇଲେକ୍ଟ୍ରାନିକସ୍ ଓ ଭାରତ ଡାଇନାମିକସର ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି। ସୂଚନାଯୋଗ୍ୟ, କ୍ବିଆର୍‌ସାମ୍‌ ମିସାଇଲର ପ୍ରଥମ ପରୀକ୍ଷଣ ୨୦୧୭ ମସିହା ଜୁନ ୪ ତାରିଖରେ କରାଯାଇଥିଲା।

By amfnews

Related Post