Fri. Apr 24th, 2026

୨ ପୁଅଙ୍କ ସମେତ ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଲେ ମହିଳା

196 Views

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ ଆଜି ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ମହାକାଳପଡ଼ା ବ୍ଲକର ଲାଂଜୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭୋପାଳ ଗାଁରେ ପାରିବାରିକ କଳହରୁ ଜଣେ ବିବାହିତା ମହିଳା ନିଜର ୨ ପୁଅଙ୍କ ସମେତ ନିଜ ଦେହରେ ନିଆଁ ଲଗାଇ ଦେଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଭୋପାଳ ଗାଁର ସଚିତ୍ର ସ୍ବାଇଁଙ୍କ ସ୍ତ୍ରୀ ଲୋଭାବତୀ ସ୍ବାଇଁ ଆଜି ସକାଳ ପ୍ରାୟ ସାତଟା ସମୟରେ ଭିତର ପଟୁ କବାଟ କିଳି ନିଜ ଦେହରେ କିରାସିନି ଢାଳି ନିଜ ଦେହରେ ଓ ୨ ପୁଅଙ୍କ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସି ଉଦ୍ଧାର କରିଥିଲେ।

ଏଥିରେ ଲୋଭାବତୀ ଓ ତାଙ୍କ ସାନପୁଅଙ୍କର ୮୦ ଭାଗ ଶରୀର ପୋଡ଼ିଯାଇଛି। ଅପରପକ୍ଷରେ ବଡ଼ପୁଅର ୨୦ ଭାଗ ଶରୀର ପୋଡ଼ିଯାଇଛି। ବଡ଼ ପୁଅର ବୟସ ୮ ବର୍ଷ ଓ ସାନ ପୁଅର ବୟସ ୬ ବର୍ଷ ବୋଲି ଜଣାଯାଇଛି। ସେମାନଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ସାନପୁଅ ଓ ମାଆଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିବାର ସୂଚନା ମିଳିଛି।

By amfnews

Related Post