Wed. Aug 5th, 2026

୨ ଥର ମହଲତ ପରେ ବି ସୁଧୁରିଲେନି, ଟ୍ୱିନସିଟିରେ କଟିଲା ୬ ଲକ୍ଷରୁ ଅଧିକ ଫାଇନ୍

199 Views

ଭୁବନେଶ୍ୱର : ୨ ଥରର ମହଲତ ପରେ ଗତକାଲିଠୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ୬ ମାସର  ଅବଧି ସତ୍ତ୍ୱେ ସୁଧୁରି ନାହାନ୍ତି ବହୁ ବେପରୁଆ ଗାଡ଼ି ଚାଳକ। ଗତକାଲି ଏପରି କିଛି ବେପରୁଆ ଗାଡ଼ି ଚାଳକ ପୁଲିସ୍‌ ହାବୁଡ଼ରେ ପଡ଼ିଥିବା ବେଳେ ସେମାନଙ୍କଠାରୁ ଆଦାୟ ହୋଇଛି ମୋଟା ଅଙ୍କର ଜରିମାନା। କେବଳ ଟ୍ୱିନସିଟିରେ ଗତକାଲି କଟିଛି ପ୍ରାୟ ସାଢେ ୬ ଲକ୍ଷ ଟଙ୍କାରୁ ଅଧିକ ଫାଇନ୍ ଆଦାୟ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ନିୟମ ଉଲ୍ଲଙ୍ଘନକାରୀଙ୍କଠୁ ୨ ଲକ୍ଷ ୯୨ ହଜାରର ଚାଲାଣ କାଟିଛି RTO-2 । ସେଥିରୁ ୭୯ ହଜାର ୨୦୦ ଟଙ୍କା ଘଟଣାସ୍ଥଳରୁ ଆଦାୟ ହୋଇଛି । କଟକରେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୩ ଲକ୍ଷ ୪୫ ହଜାର ଟଙ୍କା ଆଦାୟ ହୋଇଛି । ସେପଟେ ସମ୍ବଲପୁରରେ ଆଦାୟ ହୋଇଛି ୨ ଲକ୍ଷ ୬୬ ହଜାର ଟଙ୍କା ।

ରଙ୍ଗ୍ ରୁଟ୍ ଡ୍ରାଇଭିଂ, ବିନା ହେଲମେଟ, ମୋବାଇଲ ବ୍ୟବହାର, ବିନା ଲାଇସେନ୍ସ, ବିନା ସିଟ୍‌ବେଲ୍ଟ ଓ ଦ୍ରୁତ ଗାଡ଼ିଚାଳନା ପାଇଁ ଏହି ଜରିମାନା ହୋଇଥିବା ଜଣାଯାଇଛି। ଏହାକୁ ନେଇ କେତେକ ସ୍ଥାନରେ ଗାଡ଼ି ଚାଳକ ଓ ପୁଲିସ୍‌ ମଧ୍ୟରେ କଥା କଟାକଟି, ଯୁକ୍ତିତର୍କ ମଧ୍ୟ ହୋଇଥିଲା।

By amfnews

Related Post