Fri. Jul 3rd, 2026

୨ ଟ୍ରଲର ଜବତ, ୧୫ ମତ୍ସ୍ୟଜୀବୀ ଗିରଫ

273 Views

ରାଜନଗର, ଡିସେମ୍ବର ୬: ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ନିଷିଦ୍ଧା˚ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗ ପାଟ୍ରୋଲି˚ ଟିମ ଗୋଟିଏ ଟ୍ରଲର, ଗୋଟିଏ ଗିଲନେଟର ଜବତ କରିଛି। ଏଥିରେ ଥିବା ୧୫ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଜବତ ଟ୍ରଲର ଓ ଗିଲନେଟରରୁ ମାନସ କୁମାର ସାହୁ, ପଙ୍କଜ ସାହୁ, ରବିନ୍ଦ୍ର ସି˚, ଜିତେନ୍ଦ୍ର ରାମ, ପ୍ରଦୀପ ମଣ୍ତଳ, ହୃଦାନନ୍ଦ ପାତ୍ର, ଚନ୍ଦନ ମଲ୍ଲିକ, ହରିହର ସେଠୀ, ଛୋଟରାୟ ସୋରେନ, ପେରୁ ସୋରେନ, ସେକ ହବିବ, ଲକ୍ଷ୍ମଣ ରାଏ, ଭାନୁ ଜେନା, ମଦନ ସର୍ଦ୍ଧାର, ରବିନ୍ଦ୍ର ମଲ୍ଲିକ ପ୍ରମୁଖ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ଟ୍ରଲରରୁ ୬୦ କୁଇ˚ଟାଲ ଓ ଗିଲନେଟରରୁ ୭ କେଜି ମାଛ ଜବତ କରାଯାଇଛି। ଗହୀରମଥା ଏସିଏଫ ଶ୍ରୀରାମପଦ ଅରିବିନ୍ଦ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ ପାଟ୍ରୋଲି˚ କରୁଥିବା ବେଳେ ଏଗୁଡ଼ିକୁ ଜବତ କରିଥିଲେ। ଚଳିତ କଇଁଛଋତୁରେ ବର୍ତମାନ ସୁଦ୍ଧା ୪୨ଟି ଟ୍ରଲର ଓ ୨୭୩ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

By amfnews

Related Post