Tue. Aug 4th, 2026

୨୯ ରାଜ୍ୟ ଆୟୁଷ୍ମାନକୁ ଗ୍ରହଣ କରିଛନ୍ତି, ଓଡିଶା ଏହାକୁ ନ ଆପଣେଇଲେ ଯୋଜନା ଅଧୁରା ରହିଯିବ: ଚୌବେ

450 Views

ଭୁବନେଶ୍ୱର, ୦୩ ସେପ୍ଟେମ୍ବର:

 ବଲାଙ୍ଗୀର ପରେ ବାଲେଶ୍ୱର ଠାରେ ନିର୍ମିତ ହୋଇଥିବା ନୂତନ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକାର୍ପିତ କରିଛନ୍ତି । ଯାହା ଫଳରେ ଉତର ଓଡିଶାବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିବା ଅନ୍ୟତମ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଗତ ୩ ଦିନ ତଳେ ବଲାଙ୍ଗିର ମେଡିକାଲ ଲୋକାର୍ପଣ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା କହିଥିବା କଥାକୁ ଦୋହରାଇଛନ୍ତି । ଅପେକ୍ଷାକୃତ ଶାଣିତ ସ୍ୱରରେ ନଡ୍ଡା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ସହ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ମଧ୍ୟ ଆପଣାଇବାକୁ ସେ ଆହ୍ୱାନ କରିଛନ୍ତି । ଓଡିଶା ଛଡା ବାକି ୨୯ ରାଜ୍ୟ ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରିଥିବା ବେଳେ ଓଡିଶା ଏହାକୁ ଗ୍ରହଣ ନକଲେ ଯୋଜନା ଅଧୁରା ରହିଯିବ ବୋଲି ସେ କହିଛନ୍ତି। 

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନା ନେଇ ଅଭିନନ୍ଦନ ଜଣାଇବା ପରେ ଶ୍ରୀ ଚୌବେ କହିଛନ୍ତି ଯେ ନବୀନ ବିଜୁ ବାବୁଙ୍କ ଯୋଜନାରେ ଭଲ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଓଡିଶାବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ମିଳିବ । କିନ୍ତୁ ତା ସହ ଆୟୁଷ୍ମାନ ଭାରତକୁ ବି ନବୀନ ବାବୁ ଆପଣାନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।

Related Post