Fri. Sep 11th, 2026

୨୪ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବ ‘ଅମ୍ଫାନ୍’: ଭାରତୀୟ ପାଣିପାଗ ବିଭାଗ

261 Views

ନୂଆଦିଲ୍ଲୀ  : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରୁ ଗଭୀର ଅବପାତ ପାଲଟିଛି ଏବଂ ଶନିବାର ସନ୍ଧ୍ୟାରେ ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏଥିଯୋଗୁଁ ଘଣ୍ଟା ପ୍ରତି ୭୫ ରୁ ୮୫ କିଲୋମିଟର୍ ବେଗରେ ବତାସ ବହିବ। ମଝିରେ ମଝିରେ ପବନର ଝାଙ୍କ ଘଣ୍ଟା ପ୍ରତି ୯୫ କିଲୋମିଟର୍ ହେବାର ସମ୍ଭାବନା ରହିଛି।

ଏବେ ଗଭୀର ଅବପାତ ଓଡ଼ିଶା ଉପକୂଳସ୍ଥ ପାରଦ୍ବୀପର ଦକ୍ଷିଣକୁ ୧୧୦ କିଲୋମିଟର୍, ଦିଘାର ଦକ୍ଷିଣକୁ ୧୨୫୦ କିଲୋମିଟର ଏବଂ ବାଂଲାଦେଶ ଉପକୂଳର ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୧୩୩୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି।ଆଜି ମଧ୍ୟାହ୍ନ ବେଳକୁ ଏହା ‘ସାମୁଦ୍ରିକ ବାତ୍ୟା’ ପାଲଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ଧାରଣ କରିବ।

ଆଜି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ମେ ୧୮ ତାରିଖ ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମଧ୍ୟ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ, ମେ ୧୯ ଓ ୨୦ ତାରିଖ ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅତି ପ୍ରବଳ ବର୍ଷା ହେବ।

By amfnews

Related Post