Fri. Sep 11th, 2026

୨୧ରୁ ପ୍ରାଥମିକ ଶିକ୍ଷକଙ୍କ ମହାସମାବେଶ

????????????????????????????????????
277 Views

ଭୁବନେଶ୍ୱର  : ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣାକୁ ୧୩ ଦିନ ବିତିଛି। ତଥାପି ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦାବିଗୁଡ଼ିକ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ବିଜ୍ଞପ୍ତି ପ୍ର୍ରକାଶରେ ଟାଳଟୂଳ ନୀତି ଅବଲମ୍ବନ କରାଯାଉଛି। ଯେଉଁଥିପାଇଁ ୫୮ ହଜାର ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୧ ଲକ୍ଷ ୭୦ ହଜାର ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନିଆନଗଲେ ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମହାସମାବେଶ ଅନୁଷ୍ଠିତ ହେବ। ୨୪ ତାରିଖଠାରୁ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ଆମରଣ ଅନଶନରେ ବସିବେ ବୋଲି ମହାସଂଘର ଆବାହକ ବଙ୍କିମ ଚନ୍ଦ୍ର ସାଗର, ସୁଶାନ୍ତ ବେହେରା, ଜାମିନୀକାନ୍ତ ପଣ୍ଡା, ଉତ୍ତମ ଦାସ, ମଳୟ ଜେନା, ଜ୍ଞାନରଞ୍ଜନ ମହାନ୍ତି, ଜ୍ୟୋତିରଞ୍ଜନ ଦାସ, ଯୁଧିଷ୍ଠିର ସାହୁ ପ୍ରମୁଖ ଏକ ପ୍ରେସ୍‌ ଇସ୍ତାହରରେ ଜଣାଇଛନ୍ତି।

By amfnews

Related Post