Fri. Apr 24th, 2026

୨୦ ମିନିଟ୍‌ ଧରି ପୃଥିବୀ ଚାରିପଟେ ଚହଲି ଉଠିଲା ରହସ୍ୟମୟ ତରଙ୍ଗମାଳା: ବୈଜ୍ଞାନିକ ତାଜୁବ୍‌

250 Views

ନୂଆଦିଲ୍ଲୀ, ନଭେମ୍ବର ୩୦: ନଭେମ୍ବର ୧୧ ତାରିଖ ରବିବାର ସକାଳ ପ୍ରାୟ ୯:୩୦ ବେଳେ ଗୋଟାଏ ବିଚିତ୍ର ଭୂକମ୍ପନ ଭଳି ତରଙ୍ଗ ପୃଥିବୀ ଚାରିପଟେ ଚହଲି ଉଠିଥିଲା। ଭାରତ ମହାସାଗର ମଧ୍ୟସ୍ଥ କ୍ଷୁଦ୍ର ଦ୍ୱୀପ ମେୟୋତ୍ତି ଉପକୂଳ ଠାରୁ ୧୫ ମାଇଲ୍‌ ଦୂରରେ ସୃଷ୍ଟି ହୋଇଥିବା ଏହି ତରଙ୍ଗମାଳା ୨୦ ମିନିଟ୍‌ ଧରି ତରଙ୍ଗାୟିତ ହୋଇଥିଲା।

ମାଡାଗାସ୍କାର ଏବଂ ଆଫ୍ରିକା ମଧ୍ୟସ୍ଥଳରେ ମେୟୋତ୍ତି ଅବସ୍ଥିତ। ଦ୍ୱୀପରୁ ସୃଷ୍ଟି ହେବା ପରେ କମ୍ପନ ଆଫ୍ରିକାର ଜାମ୍ବିଆ, କେନିଆ ଏବଂ ଇଥିଓପିଆ ଅନୁଭୂତ ହୋଇଥିଲା। ପରେ ଏହା ଆଣ୍ଟଲାଣ୍ଟିକ୍‌ ମହାସାଗର ଟପି ଚିଲି, ନିଉଜିଲାଣ୍ଡ୍‌, କାନାଡା ଏବଂ ୧୧୦୦୦ ମାଇଲ୍‌ ଦୂର ହାଓ୍ଵାଇ ଠାରେ ଅନୁଭୂତ ହୋଇଥିବା କଥା ନେସ୍‌ନାଲ୍‌ ଜିଓଗ୍ରାଫି ରିପୋର୍ଟ କରିଛି।

ବିଚିତ୍ର କଥା, ଏହାକୁ କୌଣସି ମଣିଷ ଅନୁଭବ କରି ନାହାନ୍ତି। କିନ୍ତୁ, ମେସିନ୍‌ ଜାଣି ପାରିଛି।

ଜଣେ ଭୂମିକମ୍ପ ଅନିସନ୍ଧିତ୍ସୁ ଟୁଇଟ୍‌ କରିଛନ୍ତି: ଏଇଟା ଥିଲା ସବୁଠୁ ଭିନ୍ନ ଏବଂ ଅସ୍ୱାଭାବିକ ଭୂକମ୍ପନ ସଙ୍କେତ। ସମଗ୍ର ବିଶ୍ୱରେ ଏ କମ୍ପନ ଅନୁଭୂତ ହୋଇଥିଲା।

ଏ ଟୁଇଟର୍‌ ବିଶ୍ୱବ୍ୟାପୀ ଭୂକମ୍ପବିତ୍‌ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟିକରିବା ସହ ଏହି ତରଙ୍ଗ ସମ୍ପର୍କରେ ବିଶ୍ୱବ୍ୟାପୀ ଆଲୋଚନା କରାଯାଉଛି।

ଏହା ଭୂକମ୍ପନର ତରଙ୍ଗ ପରି ମନେହେଉଥିଲେ ମଧ୍ୟ ମେୟୋତ୍ତି ଏବଂ ତାହାର ଆଖପାଖରେ ସେପରି କୌଣସି ଭୂମିକମ୍ପ ହୋଇ ନ ଥିଲା।
ତେଣୁ ଏହାର କାରଣ କ’ଣ ହୋଇ ପାରେ?

ଏଥିପାଇଁ ଅନେକ ତତ୍ତ୍ୱ ଉପରେ ଦୃଷ୍ଟିପାତ କରାଯାଉଛି।

ଏଇଟା କ’ଣ କୌଣସି ଧୁମକେତୁର କାର୍ଯ୍ୟକଳାପ? ସମୁଦ୍ର ଅଭ୍ୟନ୍ତରରେ ଥିବା ଆଦିମ ରାକ୍ଷସ? ସାମୁଦ୍ରିକ ଭୂକମ୍ପନ? ଆଣବିକ ପରୀକ୍ଷଣ?

By amfnews

Related Post