Sat. Apr 25th, 2026

୨୦ ବର୍ଷ ଧରି ଛାଡ଼ପତ୍ର ପାଇଁ ରାଜି ହେଉ ନ ଥିବା ପତ୍ନୀଙ୍କୁ ଗୁଳି କରି ହତ୍ୟା

845 Views

ବେଙ୍ଗାଲୁର, ଡିସେମ୍ବର ୨୭ : ଯୁବକ ଅବସ୍ଥାରେ ପତ୍ନୀଙ୍କ ସହିତ ମନେମାଳିନ୍ୟ ଯୋଗୁ ବସପ୍ପା ନାମକ ଜଣେ ସ୍କୁଲ ଶିକ୍ଷକ ଛାଡ଼ପତ୍ର ଚାହୁଁଥିଲେ। ହେଲେ ଦୀର୍ଘ ୨୦ ବର୍ଷ ହେଲା ଏହି ଛାଡ଼ପତ୍ର ମାମଲାର ସମାଧାନ ହୋଇ ପାରିଲା ନାହିଁ। ପତ୍ନୀ ଛାଡ଼ପତ୍ର ପାଇଁ ରାଜି ନ ହେବାରୁ ବୃଦ୍ଧ ବୟସରେ ଏହି ଶିକ୍ଷକ ଜଣକ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


ପୁଲିସ ସୂତ୍ରରୁ ପ୍ରକାଶ ଯେ ବସପ୍ପା ଓ ଯମୁନା ପରସ୍ପରକୁ ପ୍ରାୟ ୩୦ ବର୍ଷ ତଳେ ବିବାହ କରିଥିଳେ। ସେମାନେ ଭଲରେ ମାତ୍ର ୫ ବର୍ଷ ଚଳିଥିଲେ। ପରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଯୋଗୁଁ ସେମାନେ ଦୀଘ କେତେ ବର୍ଷ ଧରି ଅଲଗା ରହୁଥିଲେ। ଯମୁନା ବସପ୍ପାଙ୍କ ଠାରୁ ଭରଣପୋଷଣ ଦାବି କରୁଥିବା ବେଳେ ବସପ୍ପା ତାଙ୍କ ଠାରୁୁ ଛାଡ଼ପତ୍ର ଚାହୁଁଥିଲେ। କିନ୍ତୁ ବସପ୍ପା ଭରଣ ପୋଷଣ ଦେଉନ ଥିଲେ କିମ୍ବା ଯମୁନା ତାଙ୍କୁ ଛାଡ଼ପତ୍ର ଦେଉ ନ ଥିଲେ। ବିଶେଷ କରି ଯମୁନାଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିବା ବସପ୍ପା ଅଭିଯୋଗ କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା।ଏଥିପାଇଁ ୧୯୯୮ ମସିହାରେ ବସପ୍ପା ଯମୁନାଙ୍କ ଠାରୁ ଛାଡ଼ପତ୍ର ଚାହିଁଥିଲେ। ମାତ୍ର ଯମୁନା ଏଥିରେ ରାଜି ନ ଥିଲେ।

By amfnews

Related Post