Tue. Aug 18th, 2026

୨୦ ବର୍ଷର ଯୁବକ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ୧୦୦ ବର୍ଷୀୟା ବୃଦ୍ଧା

262 Views

କୋଲକାତା ,ଅକ୍ଟୋବର ୨୫: ଦିନକୁ ଦିନ ସମାଜ କଳୁଷିତ ହେବାରେ ଲାଗିଛି। ଶରୀର ଲାଳସାରେ କେତେକ ହିଂସ୍ର ପୁରୁଷ ବୟସ, ସଂପର୍କ ଆଦିକୁ ବେଖାତିର କରିବା ପାଇଁ ତିଳେ ବି ପଛଘୁଞ୍ଚା ଦେଉନାହାନ୍ତି। ପୂର୍ବରୁ ବାପା ଝିଅକୁ ଭାଇ ଭଉଣୀକୁ ଦାଦା ଝିଆରୀକୁ ଆଦି ଦୁଷ୍କର୍ମ କରିଥିବା ଖବର ପ୍ରକାଶ ପାଇ ସାରିଛି। ଏପରିକି ବୟସ୍କା ବୃଦ୍ଧା ବି ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ନିକଟରେ ମଧ୍ୟ ସେପରି ଏକ ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗର ନାଦିଆ ଜିଳ୍ଲାରେ ସୋମବାର ମଧ୍ୟ ରାତ୍ରରେ ଜଣେ ୨୦ ବର୍ଷିଅ ଯୁବକ ଜଣେ ୧୦୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଆଗ୍ରା ବିଶ୍ୱାସ ଆଲିଆ ଅଭିଜିତ୍‌ ବୃଦ୍ଧାଙ୍କ ପରିବାରର ଜଣେ ସଦସ୍ୟ। ଏପରି ଘଟିଛି ବୋଲି ମଙ୍ଗଳବାର ପୁଲିସ୍‌ରେ ଅଭିଯୋଗ ହୋଇଥିଲା। ବୁଧବାର ପୁଲିସ୍‌ ଏ ସଂପର୍କରେ ସୂଚନା ପ୍ରଦାନ କରିଛି। ଗଙ୍ଗାପ୍ରସାଦପୁର ଅଞ୍ଚଳର ଏହି ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିବା ପରେ କୋର୍ଟରେ ଉପସ୍ଥିତ କରାଇଛନ୍ତି। ଏହି ଘଟଣାଟ ତଦନ୍ତ ଏବେ ଆରମ୍ଭ ହୋଇଛି।

By amfnews

Related Post