Tue. Jul 28th, 2026

୨୦୨୪ରେ ମୋଦି ବନାମ କେଜ୍ରିୱାଲ ପୋଷ୍ଟର ଭାଇରାଲ

217 Views

ନୂଆଦିଲ୍ଲୀ : ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, କ୍ଷମତାସୀନ ଆମ ଆଦମୀ ପାର୍ଟି ପୁଣିଥରେ ଦିଲ୍ଲୀରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବ ବୋଲି ଚିତ୍ର ସାମ୍ନାକୁ ଆସିଛି। ଏହାର ଅର୍ଥ ତୃତୀୟ ଥର ପାଇଁ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବେ। ହେଲେ ଏସବୁ ଭିତରେ ଏକ ପୋଷ୍ଟର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ୨୦୨୪ରେ ମୋଦି ବନାମ କେଜ୍ରିୱାଲ ଲେଖା ହୋଇଛି।

କେବଳ ସୋଶାଲ ମିଡିଆରେ ନୁହେଁ, ଦିଲ୍ଲୀର ଆପ ଅଫିସ ବାହାରେ ମଧ୍ୟ ଏହି ପୋଷ୍ଟର ଦେଖିବାକୁ ମିଳିଛି। ଆପର ସମର୍ଥକମାନେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାଙ୍କ ସୁପ୍ରିମୋଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଥିବା ପୋଷ୍ଟର ଜରିଆରେ ବାର୍ତ୍ତା ଦେଇଛନ୍ତି। ଏଥିପାଇଁ ସେମାନେ ୨୦୨୪ରେ ମୋଦି ବନାମ କେଜ୍ରିୱାଲ ପୋଷ୍ଟର ଧରି ପ୍ରଦର୍ଶନ କରିଛନ୍ତି।

୨୦୧୪ରେ କେଜ୍ରିୱାଲ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ତେବେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଦି ଓ କେଜ୍ରିୱାଲ ପରସ୍ପର ଉପରେ ବ୍ୟକ୍ତିଗତ ହମଲା କରିଥିଲେ। ଶେଷରେ କେଜ୍ରିୱାଲଙ୍କ ଆପ ୬୭ ବିଜୟ ହାସଲ କରି ଦିଲ୍ଲୀରେ କ୍ଷମତା ଦଖଲ କରିଥିଲା। ଏବେ ପୁଣିଥରେ ମୋଦି ଓ କେଜ୍ରିୱାଲ ଲଢ଼େଇରେ କିଏ ବାଜିମାତ କରୁଛି, ତା’ ଉପରେ ନଜର।

By amfnews

Related Post