Fri. Jul 3rd, 2026

୨୦୨୨ ସୁଦ୍ଧା ପାକିସ୍ତାନ ଅଧିକୃତ କଶ୍ମୀରକୁ ଭାରତ ନିଜ ଅକ୍ତିଆରକୁ ଆଣିବ, ଅଖଣ୍ଡ ଭାରତର ସ୍ୱପ୍ନ ପୂରଣ କରିବେ ମୋଦୀ : ଶିବସେନା ନେତା ସଂଜୟ ରାଉତ

279 Views

ମୁମ୍ବାଇ: ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଶିବସେନା ନେତା ସଂଜୟ ରାଉତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବାପରେ ପୁଣି ଏକ ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୨ ସୁଦ୍ଧା ପାକିସ୍ତାନ ଅଧିକୃତ କଶ୍ମୀରକୁ ଭାରତ ନିଜ ଅକ୍ତିଆରକୁ ଆଣିବ । ୨୦୨୨ ସୁଦ୍ଧା ଅଖଣ୍ଡ ଭାରତ ସ୍ବପ୍ନ ପୂରଣ କରିବୁ ବୋଲି ସଂଜୟ ରାଉତ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ବୟାନର ଦିନକ ପରେ ସଂଜୟ ରାଉତ ଏଭଳି କହିଛନ୍ତି ।ଏହାକୁ ଗୁରୁତ୍ବର ସହ ନିଆଯାଉଛି। ସୂଚନାଯୋଗ୍ୟ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ଏବେ ପାକିସ୍ତାନ ଅଧିକୃତ କଶ୍ମୀରକୁ ଜମ୍ମୁ କଶ୍ମୀରରେ ମିଶାଇବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଶିବସେନା ପୂର୍ବରୁ ଏହି ପ୍ରସଙ୍ଗରେ ମୋଦୀଙ୍କୁ ପ୍ରବଳ ସମର୍ଥନ ଜଣାଇଛି ।

ରାଜ୍ୟସଭା ସାଂସଦ ସଂଜୟ ରାଉତ କହିଛନ୍ତି, ପିଓକେ ଓ ବାଲୁଚିସ୍ତାନ ହେଉଛି ଭାରତର ପରବର୍ତ୍ତୀ ମିଶନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଯୋଜନା ପରେ ଶିବସେନାର ବରିଷ୍ଠ ନେତା ରାଉତ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଖଣ୍ଡ ଭାରତର ସ୍ୱପ୍ନ ପୂରଣ କରିବାକୁ ସକ୍ଷମ ବୋଲି ବି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଶିବସେନା ନେତା ସଂଜୟ ରାଉତ ।

By amfnews

Related Post