Sat. Oct 3rd, 2026

୨୦୧୯ର ବିଜୟ ବିଜେପିକୁ ୫୦ ବର୍ଷ କ୍ଷମତାସୀନ କରିବ: ଅମିତ ଶାହା

381 Views

ନୂଆଦିଲ୍ଲୀ:

ବିଜେପି ୨୦୧୯ ଲୋକସଭା ନିର୍ବାଚନ ଜିଣିଲେ, ୫୦ ବର୍ଷ ଭିତରେ ଆମକୁ କେହି ବାହାର କରି ଦେଇ ପାରିବେ ନାହିଁ ବୋଲି ଦଳର ମୁଖ୍ୟ ଅମିତ ଶାହା ରବିବାର ଦିନ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି।

କାର୍ଯ୍ୟଦକ୍ଷତା ବଳରେ ବିଜେପି ୨୦୧୯ ନିର୍ବାଚନ ଜିଣିବ ଏବଂ ଆମର ଆକଳନକୁ ଅହଙ୍କାରଜାତ ନୁହେଁ ବୋଲି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ଶାହାଙ୍କ କଥାକୁ ଉଦ୍ଧାର କରି କହିଲେ, ଶାହା ଦଳୀୟ କର୍ମୀମାନଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଠୋର ପରିଶ୍ରମ ଯୋଗୁଁ ବିଜେପି ଜିଣିବ… ତା’ପରେ ଆଗାମୀ ୫୦ ବର୍ଷ ଧରି ଆମକୁ କେହି ଗାଦିଚ୍ୟୁତ କରି ପାରିବେ ନାହିଁ।ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସକୁ ଲକ୍ଷ କରି ଶାହା କହିଲେ, ପ୍ରଥମେ ଦଳ ୨୯୪୭ରେ ସରକାର ଗଠନ କରିଥିଲା ଏବଂ ୧୯୬୭ ଯାଏଁ କ୍ଷମତାରେ ରହିଲା। ସେ ସଂକେତ ଦେଇ କହିଲେ କି ତାହା ପୁନରାବୃତ୍ତି କରିବା ନିମନ୍ତେ ଏବେ ବିଜେପିର ପାଳି।

By amfnews

Related Post