Tue. Aug 4th, 2026

୨୦୦୭ ହାଇଦ୍ରାବାଦ ବୋମା ବିସ୍ଫୋରଣ ମାମଲା : ୨ ଜଣ ଦୋଷୀ ସାବ୍ୟସ୍ତ

977 Views

ନୂଆଦିଲ୍ଲୀ: ୨୦୦୭ ମସିହାରେ ହାଇଦ୍ରାବାଦର ଲୁମ୍ବିନୀ ପାର୍କ ଓ ଗୋକୁଲ ଚାଟ ଠାରେ ଘଟିଥିବା ଦୁଇଟିି ବାମା ବିସ୍ଫୋରଣ ମାମଲାରେ ଆଜି ହାଇଦ୍ରାବାଦର ଏକ କୋର୍ଟ ରାୟ ପ୍ରକାଶ ପାଇଛି। ମାମଲାରେ ୨ ଜଣଙ୍କୁ କୋର୍ଟ ଦୋଷୀ ବୋଲିଘୋଷଣା କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ କୋର୍ଟ ଖଲାସ କରି ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନଙ୍କର ଆସନ୍ତା ସୋମବାର ଦିନ ଦଣ୍ଡ ଘୋଷଣା କରାଯିବ।

ସୂଚନାଯୋଗ୍ୟ ଯେ ୨୦୦୭ ମସିହା ଅଗଷ୍ଟ ୨୫ ତାରିଖ ଦିନ ହାଇଦ୍ରାବାଦର ଲୁମ୍ବିନୀ ପାର୍କ ଓ ଗୋକୁଲ ଚାଟ ଠାରେ ଘଟିଥିବା ଦୁଇଟିି ବାମା ବିସ୍ଫୋରଣରେ ମୋଟ୍‌ ୪୪ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୬୮ ଜଣ ଗୁରତର ଭାବେ ଆହତ ହୋଇଥିଲେ। ଏହି ଘଟଣାରେ ତେଲେଙ୍ଗାନାର କାଉଣ୍ଟର ଇଣ୍ଟିଲିଜେନ୍ସ ଓ୍ଵିଙ୍ଗ( ସିଆଇ) ତଦନ୍ତ କରି ଇଣ୍ଡିଆନ ମୁଜାହିଦ୍ଦିନ ସହ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିଲା।

ଏଥିରେ ଅନ୍ୟ ଦୁଇ ମାଷ୍ଟର ମାଇଣ୍ଡ ଫେରାର ଥିବା ପୁଲିସ ପକ୍ଷରୁ କୋର୍ଟରେ ଦାଖଳ କରାଯାଇଥିବା ଅଭିଯୋଗପତ୍ରରେ ଦର୍ଶା ଯାଇଥିଲା। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨ ସହିତ ଅନ୍ୟ ଧାରାରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ସୟିିଦ ସଫିକ୍‌ ଓ ମହମ୍ମଦ ଆକବରଙ୍କୁ କୋର୍ଟ ଆଜି ଦୋଷୀ ବୋଲି ରାୟ ଦେଇଛନ୍ତି। ତେବେ ମାମଲାରେ ମୁଖ୍ୟ ଆରୋପି କୁହାଯାଉଥିବର ଦୁଇଜଣ ଏବେ ବି ଫେରାର ଥିବା ବେଳେ ମାମଲାରେ ଗିରଫ ହୋଇଥିବା ଅନ୍ୟ ୩ ଜଣଙ୍କୁ କୋର୍ଟ ଖଳାସ କରି ଦେଇଛନ୍ତି।

By amfnews

Related Post