Tue. Aug 18th, 2026

୧ କୋଟି ୭୦ ଲକ୍ଷ ଟଙ୍କାର ସାପ ବିଷ ଜବତ; ୪ ଗିରଫ

233 Views

ମୁମ୍ବାଇ , ଅକ୍ଟୋବର ୨୫: ବେଆଇନ୍‌ ଭାବେ ୧ କୋଟି ୭୦ ଲକ୍ଷ ଟଙ୍କାର ସାପ ବିଷ ଚୋରା ଚାଲାଣ କରୁଥିବା ଅଭିଯୋଗରେ ମହାରାଷ୍ଟ୍ରର ରାଇଗାଦ୍‌ ପୁଲିସ ଆନ୍ତଃ-ରାଜ୍ୟ ଗ୍ୟାଙ୍ଗ୍‌ ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି।

ସୂଚନା ଆଧାରରେ ପୁଲିସ ୪୬ ବର୍ଷିୟ ରାଜାରାମ୍‌ ଜୈସ୍‌ଓ୍ଵାର୍‌ ଓ ୩୭ ବର୍ଷିୟ ଉଦୟନାଥ ଜୈସ୍‌ଓ୍ଵାର୍‌ଙ୍କୁ ରାଇଗାଦ୍‌ର ମାଣ୍ଡଓ୍ଵା ଜେଟ୍ଟି ଠାରେ ଗିରଫ କରାଯାଇଛି। ଗୋଟିଏ ପାଣି ବୋତଲରେ ରଖାଯାଇଥିବା ସାପ ବିଷ ମଧ୍ୟ ତାଙ୍କ ଠାରୁ ଜବତ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ମୁମ୍ବାଇର ମାଲଓ୍ଵାନିବାସୀ ଅଭିଯୁକ୍ତ ପୁଲିସକୁ କହିଛନ୍ତି ଯେ ଗୁଜୁରାଟର ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଏହି ବିଷ ଦେଇଛନ୍ତି।

ତା’ପରେ ପୁଲିସ ଗୁଜୁରାଟର ଓ୍ଵାପି ଜିଲ୍ଲାରୁ ୩୬ ବର୍ଷିୟ ଦେବୀଲାଲ୍‌ ଯୋଷୀ ଏବଂ ୩୫ ବର୍ଷିୟ ସନ୍ତୋଷ କୁମାର ସିଂହଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

ସ୍ଥାନୀୟ ଅଦାଲତ ଚାରି ଜଣଙ୍କୁ ଅକ୍ଟୋବର ୨୯ ତାରିଖ ଯାଏଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି।

ଅଭିଯୁକ୍ତମାନେ କେଉଁଠୁ ବିଷ କିଣିଲେ ଏବଂ କେଉଁ ଉଦ୍ଦେଶ୍ୟରେ ତାହାକୁ ବ୍ୟବହାର କରିଥାଅନ୍ତେ, ପୁଲିସ ତାହା ତଦନ୍ତ କରୁଛି।

By amfnews

Related Post