Tue. Aug 18th, 2026

୧୯ ବର୍ଷ ପରେ ଯାଜଯୁରର ପୂର୍ବତନ ମୋହରିର‌୍‌ଙ୍କୁ ୨ବର୍ଷ ଜେଲ୍‌

209 Views

କଟକ, ଡିସେମ୍ବର ୨୭ : ଲାଞ୍ଚ ଗ୍ରହଣ କରିବା ମାମଲାରେ ଯାଜପୁର ମାର୍କଣ୍ତପୁର ଆର‌୍‌ଆଇ ଅଫିସ୍‌ର ପୂର୍ବତନ କଲେକ୍ସନ୍‌ ମୋହରିର‌୍‌ ସିଦ୍ଧେଶ୍ବର ପଣ୍ତାଙ୍କୁ ୧୯ ବର୍ଷ ବ୍ୟବଧାନ ପରେ ୨ବର୍ଷ ଜେଲ୍‌ ଦଣ୍ତ ହୋଇଛି। ମହାବାତ୍ୟାରେ କ୍ଷତିଗ୍ରସ୍ତ ଘରମାନଙ୍କ ତାଲିକାରେ ଅଭିଯୋଗକାରୀ ବଳିଆମୁଣ୍ତଳୀ ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତି ଘରକୁ ସାମିଲ କରିବା ପାଇଁ ତାଙ୍କଠୁ ୫୦୦ ଟଙ୍କା ଲାଞ୍ଚ ନେଉଥିଲେ।

ତେବେ ଲାଞ୍ଚ ନେଉଥିବାବେଳେ ଘଟଣାସ୍ଥଳରୁ ମୋହରିର‌୍‌ଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଥିଲେ। ଏ ସ˚କ୍ରାନ୍ତରେ କଟକ ଭିଜିଲାନ୍ସ ଥାନାରେ ୧୯୯୯, ନଭେମ୍ବର ୨୬ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି କଟକ ଭିଜିଲାନ୍ସ ଜଜ୍‌, ଅଭିଯୁକ୍ତ ସିଦ୍ଧେଶ୍ବରଙ୍କୁ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୧୩(୨), ୧୩(୧)(ଡି) ଅନୁଯାୟୀ ୨ ବର୍ଷ ଜେଲ୍‌ ଓ ଧାରା ୭ ଅନୁଯାୟୀ ବର୍ଷେ ଜେଲ୍‌ ୫ହଜାର ଟଙ୍କା ଜରିମାନା ଦଣ୍ତାଦେଶ ହୋଇଛି। ଏହି ମାମଲାକୁ ସ୍ବତନ୍ତ୍ର ପିପି ଗୌରମୋହନ ଦାସ ପରିଚାଳନା କରୁଥି

By amfnews

Related Post