Wed. Sep 30th, 2026

୧୭୦ ଫୁଟ୍‌ ଗଭୀର ବୋରୱେଲରେ ଖସିପଡ଼ିଛି ୨ ବର୍ଷର ବାଳକ

298 Views

ସଙ୍ଗ୍‌ରୁର୍‌: ଗୁରୁବାର ଅପରାହ୍ଣରେ ପଞ୍ଜାବର ସଙ୍ଗ୍‌ରୁର୍‌ ଜିଲ୍ଲାର ଗୋଟାଏ ଗାଁରେ ୧୭୦ ଫୁଟ୍‌ ଗଭୀର ଗୋଟାଏ ମୁକୁଳା ବୋରୱେଲ ମଧ୍ୟକୁ ପ୍ରାୟ ଦୁଇ ବର୍ଷର ଜଣେ ବାଳକ ଖସିପଡ଼ିଛି।

ଫତେବୀର ସିଂହ ନାମକ ସେ ବାଳକର ପରିବାର ଲୋକେ କହିଛନ୍ତି, ସେ ବାହାରେ ଖେଳୁଥିବା ବେଳେ ଭଗବାନପୁର ଗାଁରେ ସାତବର୍ଷ ହେବ ମୁକୁଳା ପଡ଼ିଥିବା ନଅ ଇଞ୍ଚ୍‌ ଓସାର ବୋରୱେଲ ମଧ୍ୟକୁ ଖସିପଡ଼ିଛି।

ଘଟଣା ପରେ ପରେ ପୁଲିସ ଅଧିକାରୀ, ପ୍ରଶାସନ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଅପରାହ୍ଣ ପ୍ରାୟ ୪ଟା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସନ୍ଧ୍ୟା ୭ଟା ବେଳେ ବଥିଣ୍ଡାରୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଆସି ସେମାନଙ୍କ ସହ ଯୋଗ ଦେଇଛନ୍ତି।

ପ୍ରାୟ ୧୭୦ ଫୁଟ୍‌ ଗଭୀର ସେ କୂପର ୧୧୦ ଫୁଟ୍‌ ଗଭୀରରେ ପିଲାଟି ଲାଖି ରହିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପିଲାଟିକୁ ଅମ୍ଳଜାନ ଯୋଗାଇ ଦିଆଯାଉଛି ଏବଂ ସେ ହଲ୍‌ଚଲ୍‌ ହେଉଥିବା କଥା ସୁନାମ ସବ୍‌-ଡିଭିଜ୍‌ନାଲ୍‌ ମାଜିଷ୍ଟ୍ରେଟ୍‌ ମନ୍‌ଜିତ୍‌ କୌର୍‌ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମେ ଦୁଇ ପ୍ରକାର ଉପାୟ ଅବଲମ୍ବନ କରୁଛୁ। ଗୋଟିଏ ଉପାୟରେ ଜେସିବି ଏବଂ ଟ୍ରାକ୍ଟର୍‌ ଲଗାଇ ଅନ୍ୟ ଏକ ସମାନ୍ତରଳ ବୋରୱେଲ ଖନନ କରାଯାଉଛି। ଅନ୍ୟ ଉପାୟରେ, ଦଉଡ଼ି ସାହାଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବାଳକଟିକୁ ଟାଣି ଆଣିବାକୁ ଉଦ୍ୟମ କରୁଛନ୍ତି।
ବାଳକଟି ବାପାମାଆଙ୍କର ଏକ ମାତ୍ର ସନ୍ତାନ। ଅଘଟଣ ଘଟିବା ସମୟରେ ସେମାନଙ୍କ ପିତାମାତା ମଧ୍ୟ ଥିଲେ। ୧୦ ତାରିଖ ଦିନ ପିଲାଟିର ଦ୍ୱିତୀୟ ଜନ୍ମବାର୍ଷିକ ପାଳନ କରାଯିବାର ଯୋଜନା କରାଯାଇଥିବା କଥା ତା’ର ଜେଜେ ରୋହି ସିଂହ କହିଛନ୍ତି।

By amfnews

Related Post