Sat. Apr 25th, 2026

୧୬୭ ବର୍ଷର ଇତିହାସରେ ପ୍ରଥମ ଥର ରିଫଣ୍ଡ ଦେବାରେ ରେକର୍ଡ କଲା ରେଳବାଇ

183 Views

ନୂଆଦିଲ୍ଲୀ, ଅଗଷ୍ଟ ୧୪  : ଭାରତୀୟ ରେଳବାଇ ୧୬୭ ବର୍ଷର ଇତିହାସରେ ପ୍ରଥମ ଥର ଏଭଳି ହେବାକୁ ଯାଉଛି, ଯେଉଁଥିରେ ବୁକିଂରୁ ହୋଇଥିବା ଆୟ ତୁଳନାରେ ଯାତ୍ରୀଙ୍କୁ ଅଧିକ ଫେରାଇବ। କୋଭିଡ-୧୯ କଟକଣା ଯୋଗୁଁ ରେଳ ଚଳାଚଳ ହୋଇଥିବାରୁ ପ୍ରଥମ ତିନି ମାସରେ ଯାତ୍ରୀଙ୍କ ଠାରୁ ହୋଇଥିବା ଆୟରେ ୧୦୬୬ କୋଟି ଟଙ୍କା କ୍ଷତି ହୋଇଛି। ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌର ଦ୍ୱାରା ସୂଚନା ଅଧିକାର ବଳରେ ମଗାଯାଇଥିବା ସୂଚନା ଆଧାରରୁ ଏହା ଜଣାପଡ଼ିଛି।

ଏପ୍ରିଲ ଜୁନ ଅବଧି କାଳରେ ରେଳବାଇର ଯାତ୍ରୀ ଶ୍ରେଣୀରୁ ହେବାକୁ ଥିବା ଆୟ ନକରାତ୍ମକ ରହିଛି। କିନ୍ତୁ ମାଲଗାଡ଼ିରୁ ଭଲ ଆୟ ହୋଇଛି। କରୋନା ଭାଇରସ ସଂକ୍ରମଣ ଯୋଗୁଁ ଯାତ୍ରା ପ୍ରତିବନ୍ଧକ ହେବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ରେଳବାଇଣ ସାଧାରଣ ଯାତ୍ରୀ ରେଳଗାଡ଼ି ପରିଚାଳନ ବନ୍ଦ ରହିଲା। ଏହି ସମୟ ମଧ୍ୟରେ ଯାତ୍ରୀଙ୍କୁ ଟିକେଟ ଭଡ଼ା ଫେରାଇବାରେ ଏପ୍ରିଲରେ ୫୩୧.୧୨ କୋଟି ଟଙ୍କା, ମେ’ ମାସରେ ୧୪୫.୨୪ କୋଟି ଏବଂ ଜୁନରେ ୩୯୦.୬ କୋଟି ଟଙ୍କା କ୍ଷତି ହୋଇଛି।
ରେଳବାଇ ମୁଖପାତ୍ର ଡିଜେ ନାରାୟଣ କହିଛନ୍ତି, ଏହି କ୍ଷତିପୂରଣର ରାଶି ରେଳବାଇର ନିଜ ଆୟରୁ ଅଧିକ ଲୋକଙ୍କୁ ରିଫଣ୍ଡ କରିବା ତଥ୍ୟ ଦେଖାଉଛି। ଗତବର୍ଷ ରେଳବାଇ ଏପ୍ରିଲରେ ୪୩୪୫ କୋଟି ଟଙ୍କା, ମେ’ ମାସରେ ୪୪୬୩ କୋଟି ଟଙ୍କା ଏବଂ ଜୁନରେ ୪୫୮୯ କୋଟି ଟଙ୍କା ରୋଜଗାର ହୋଇଥିଲା।
ରେଳବାଇ ତରଫରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ୪୦ ହଜାର କୋଟି କ୍ଷତି ହେବାର ଅନୁମାନ କରାଯାଉଛି। କିନ୍ତୁ ଏବେ ମାଲଗାଡ଼ି ପରିଚାଳନା ହେବା ଦ୍ୱାରା ଆୟ ବଢ଼ିଛି। ରେଳବାଇ ମାଲଗାଡ଼ିରୁ ଏପ୍ରିଲରେ ୫୭୪୪ କୋଟି ଟଙ୍କା, ମେ’ ମାସରେ ୭୨୮୯ କୋଟି ଟଙ୍କା ଏବଂ ଜୁନରେ ୮୭୯୬ କୋଟି ଟଙ୍କା ଆୟ କରିଛି।

By amfnews

Related Post