Thu. Jun 11th, 2026

୧୫ ଓଭର୍‌ କ୍ରିକେଟ୍‌ ମ୍ୟାଚ୍‌ରେ ୧୮ ରନ୍‌ କଲେ ପ୍ରଧାନ ବିଚାରପତି ବୋବଡ଼େ

140 Views

ନାଗପୁର : ରବିବାର ଦିନ ଭାରତର ପ୍ରଧାନ ବିଚାରପତି ଶରଦ ବୋବ୍‌ଡ଼େ ନାଗପୁରରେ ଆଡ୍‌ଭୋକେଟ୍‌ ବନ୍ଧୁମାନଙ୍କ ସହ କ୍ରିକେଟ୍‌ ଖେଳିଥିଲେ। ସେ ଦୁଇଦିନିଆ ନାଗପୁର ଗସ୍ତରେ ଅଛନ୍ତି।

‘ଅଲ୍‌ ଜଜେସ୍‌ ଇଲେଭେନ୍‌’ ଏବଂ ‘ହାଇକୋର୍ଟ ବାର୍‌ ଆସୋସିଏନ୍‌ ଇଲେଭେନ୍‌’ ମଧ୍ୟରେ ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେ ଅଂଶ ଗ୍ରହଣ କରିଥିଲେ।

ସିଭିଲ୍‌ ଲାଇନ ଅଞ୍ଚଳ ଅନ୍ତର୍ଗତ ବିଦର୍ଭ କ୍ରିକେଟ୍‌ ଆସୋସିଏନ୍‌ ପ୍ରାଙ୍ଗଣରେ ଏହି ୧୫ ଓଭର୍‌ବିଶିଷ୍ଟ ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଏଥିରେ କ୍ରୀଡ଼ାପ୍ରେମୀ ପ୍ରଧାନ ବିଚାରପତି ‘ଅଲ୍‌ ଜଜେସ୍‌ ଇଲେଭେନ୍‌’ ତରଫରୁ ଖେଳି ୧୮ ରନ୍‌ ହାସଲ୍‌ କରିଥିଲେ। ଏହି ୧୮ ରନ୍‌ ଥିଲା ସେ ମ୍ୟାଚ୍‌ର ସର୍ବାଧିକ ରନ୍‌।

କିନ୍ତୁ, ‘ହାଇକୋର୍ଟ ବାର୍‌ ଆସୋସିଏନ୍‌ ଇଲେଭେନ୍‌’ ଏହି ମ୍ୟାଚ୍‌ରେ ବିଜୟୀ ହେଲା।

‘ଅଲ୍‌ ଜଜେସ୍‌ ଇଲେଭେନ୍‌’ ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ସ୍ଥିର କରିଥିଲେ। ୧୫ ଓଭର୍‌ ଖେଳି ସମସ୍ତ ଉଇକେଟ୍‌ ହରାଇ ସେମାନେ ୫୪ ରନ୍‌ ସଂଗ୍ରହ କରିଥିଲେ। ଏହା ପରେ ‘ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଇଲେଭେନ୍‌’ ୮. ୫ ଓଭର୍‌ ଖେଳି ଦୁଇ ଉଇକେଟ୍‌ ବିନିମୟରେ ୫୫ ରନ୍‌ ସଂଗ୍ରହ କରିବା ସହ ୮ ଉଇକେଟ୍‌ରେ ମ୍ୟାଚ୍‌ ଜିଣିଥିଲେ।

By amfnews

Related Post