Sat. May 23rd, 2026

୧୫ରୁ କିଷାନ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲାରେ କିଷାନ କର୍ମଶାଳା

200 Views

ଭୁବନେଶ୍ବର : କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଚାଷୀ ବିରୋଧୀ। ଚାଷୀଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ଆସନ୍ତା ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ କିଷାନ୍‌ କଂଗ୍ରେସ ପକ୍ଷରୁ କର୍ମଶାଳା ଆୟୋଜନ କରାଯିବ। ଆଜି ସ୍ଥାନୀୟ କଂଗ୍ରେସ ଭବନରେ କିଷାନ୍ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଘୋଷଣା କରିଛନ୍ତି ଏଆଇସିସି କିଷାନ୍ କଂଗ୍ରେସ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି। ଏହି କର୍ମଶାଳାରେ ଜିଲ୍ଲାର ଚାଷୀ ଓ ଲୋକଙ୍କ ଭିତରେ ସଚତନତା ସୃଷ୍ଟି କରାଯିବା ସହ ରାଜ୍ୟଠାରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ କିଷାନ୍‌ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି।

ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ସୋଲାଙ୍କି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬ ବର୍ଷ ଶାସନକାଳରେ ଦେଶରେ ଚାଷୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ନ ଘଟିବା, ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀଙ୍କ ବିକାଶ ପରିବର୍ତ୍ତେ କମ୍ପାନି ପ୍ରୀତିରେ ଚାଲିଛି। ଆଜିର କେନ୍ଦ୍ର ବଜେଟ୍‌ ଚାଷୀଙ୍କ ପାଇଁ ଆଶାଶୂନ୍ୟ। ଉଭୟ ସରକାର କେବଳ ପ୍ରଚାର ସର୍ବସ୍ବ ବୋଲି ଶ୍ରୀ ସୋଲାଙ୍କି କହିଥିଲେ। ପିସିସି କିଷାନ୍ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ କହିଥିଲେ, ଚାଷୀମାନଙ୍କ ଦାବିକୁ ଶାଣିତ କରିବା ପାଇଁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ। ବିଶେଷକରି କୃଷି ଋଣ ଛାଡ଼, ପ୍ରତି ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ପେନ୍‌ସନ୍‌, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨,୯୩୦ ଟଙ୍କାକୁ ବୃଦ୍ଧି, ମଣ୍ଡି ସଶକ୍ତିକରଣ, ଚାଷ ପାଇଁ ଶତପ୍ରତିଶତ ଜଳସେଚନ, ଶୀତଳଭଣ୍ଡାର ପୁନରୁଦ୍ଧାର ପ୍ରଭୃତି ଉପରେ ଦୃଢ଼ ଦାବି କରାଯିବ ବୋଲି ସେ କହିଥିଲେ।

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଚାଷୀନେତା ଶଶୀଭୂଷଣ ପାତ୍ର, କୃଷ୍ଣଚନ୍ଦ୍ର ନେପାକ, ନିତ୍ୟାନନ୍ଦ ପଣ୍ଡା, ଗୋବିନ୍ଦ ମିଶ୍ର, ଦୟାସାଗର ମେଣ୍ଡେଲି, ଫକୀର ବଳ, ନିରଞ୍ଜନ ବେହେରା, କାର୍ତ୍ତିକ ଦାସ, ନରନାରାୟଣ ଜେନା, ଡି. ଦେବେନ୍ଦ୍ର ରାଓ, ସୁବାସ ରାଉତ, ସୁଧୀର ଦାସ, ପଦ୍ମଚରଣ ସାହୁ, କେ. ଶ୍ୟାମସୁନ୍ଦର ବୋରା, କାର୍ତ୍ତିକ ଦାସ, ବସନ୍ତ ମହାରଣା, ସଦାନନ୍ଦ ଓଝାଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ।

By amfnews

Related Post