Thu. Sep 3rd, 2026

୧୪ରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ଗେଟ୍‌

193 Views

ସମ୍ୱଲପୁର  : ଆସନ୍ତା ୧୪ ତାରିଖରେ ହୀରାକୁଦ ଡ୍ୟାମରୁ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ। ଦିନ ୧୧ଟା ପରେ ଯେ କୌଣସି ମୁହୂର୍ତ୍ତରେ ବନ୍ୟାଜଳ ଛଡାଯିବ ବୋଲି ହୀରାକୁଦ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି।

ତେବେ ବର୍ଷା ସ୍ଥିତି ଦେଖି କେତେଟା ଗେଟ୍ ଖୋଲାଯିବ ତାହା ଉକ୍ତ ଦିନ ସ୍ଥିର କରାଯିବ  ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।  ହୀରାକୁଦର ଡ୍ୟାମର ଜଳପତ୍ତନ ୬୩୦ ଫୁଟ୍‌ ରହିଥିବାବେଳେ ୬୧୫ ଫୁଟ୍ ଉପରକୁ ଅତିକ୍ରମ କଲେ ବନ୍ୟାଜଳ ଛଡାଯିବ। ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୦. ୮୫ ମିଟର ରହିଛି।  ଡ୍ୟାମ ମଧ୍ୟକୁ ୨ ଲକ୍ଷ ୨ ହଜାର ୩୬୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୧୭ ହଜାର ୮୦୩ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।

By amfnews

Related Post