Sat. Sep 26th, 2026

୧୨ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୩ ଗିରଫ।

୧୨ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୩ ଗିରଫ।
370 Views

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ଥାନା ପୁଲିସକୁ ସଫଳତା ।୧୨ ଲକ୍ଷ ଟଙ୍କାର  ଗଞ୍ଜେଇ ଜବତ କରିବା ସହ ୩  ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।।
ସୂଚନାନୁସାରେ ଓର୍କେଲ ଥାନା ଅଧିକାରୀ ସୁମିତ୍ରା ଜେନା ଓ ଅନ୍ୟ ଥାନା କର୍ମଚାରୀ ମାନେ ଗତକାଲି ରାତିରେ ଏମଭି – ୩୫ ଗ୍ରାମ ଛକ ନିକଟରେ ମାଓବାଦୀ ଗତିବିଧି ଲକ୍ଷ୍ୟ କରିବା ସହ ଗାଡି ଯାଞ୍ଚ କରୁଥିବା ବେଳେ ଚିତ୍ରକୋଣ୍ଡା ପଟୁ ଦୃତ ଗତିରେ ମାଡି ଆସୁଥିବା ଏକ କାରକୁ ଓର୍କେଲ ପୁଲିସ ଅଟକାଇ ଯାଞ୍ଚ କରିବା ବେଳେ ଗାଡିରୁ ପାଖାପାଖି ୧୦୩ କେଜି ଗଞ୍ଜେଇ ଜବତ କରିଛି।
ପୁଲିସ ତୁରନ୍ତ ଗଞ୍ଜେଇ ସହ ୩ ଅଭିଯୁକ୍ତଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲେ।ତଦନ୍ତ ବେଳେ ଅଭିଯୁକ୍ତ ମାନେ ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ କିଣି ଥିବା ବେଳେ ଏହାକୁ ପଶ୍ଚିମବଙ୍ଗ ରାଜ୍ୟରେ ବିକ୍ରି କରିବା ପାଇଁ ନେଇ ଯାଉଥିବା ସ୍ଵୀକାର କରିଛନ୍ତି ବୋଲି ପୁଲିସ କହିଛି।
ଅଭିଯୁକ୍ତ ମାନେ ହେଲେ ବସିର ଶେଖ(୨୨),ଜଲାଲ ଶେଖ(୨୪),ମେହବୁବ ରହମାନ(୨୬) ପୁଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Related Post