Fri. Sep 11th, 2026

୧୨୨ କେଜି ଗଞ୍ଜେଇ,୧ କାର ଜବତ ସହ ୪ ଗିରଫ।

341 Views

ଗତକାଲି ରାତିରେ ଚିତ୍ରକୋଣ୍ଡା ପୁଲିସକୁ ବଡ ସଫଳତା।୧୨୨ କେଜି ଗଞ୍ଜେଇ,୧ କାର ସହ ୪ ଜଣ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି।
ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜମିରେ ବେଆଇନ ଭାବେ କରା ଯାଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ଏବଂ ଗଞ୍ଜେଇ ଚୋରା କାରବାର ରୋକିବା ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି।
ଚିତ୍ରକୋଣ୍ଡା ବାଲିମେଳା ରାସ୍ତାର ଷ୍ଟିଲ ପୋଲ ନିକଟରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ନେତୃତ୍ୱରେ ମାଓବାଦୀ ଗତିବିଧି ଓ ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ଏକ ହ୍ୟୁଣ୍ଡାଇ ଆସେଣ୍ଟ କାର ଚିତ୍ରକୋଣ୍ଡା ପଟୁ ଦୃତ ଗତିରେ ଆସୁଥିବା ପୁଲିସ ଦେଖିବାକୁ ପାଇଥିଲା। ଗାଡିଟିକୁ ଅଟକାଇ ଯାଞ୍ଚ କରିବାରୁ  ସେଥିରେ ୪ ବସ୍ତା ଗଞ୍ଜେଇ ଥିବା ଜଣାପଡିଥିଲା।
ଥାନା ଅଧିକାରୀ ଶ୍ରୀ ନାଗ ସଙ୍ଗେ ସଙ୍ଗେ ଗଞ୍ଜେଇକୁ ଜବତ କରିବା ସହ ସମ୍ପୃକ୍ତ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିଲେ।ଗଞ୍ଜେଇକୁ ଓଜନ କରିବାରୁ ୪ ଟି ବସ୍ତାରେ ୧୨୨ କେଜି ଗଞ୍ଜେଇ ଥିବା ଜଣାପଡିଛି।
ଉକ୍ତ ଗଞ୍ଜେଇକୁ ଅଭିଯୁକ୍ତ ମାନେ ଚିତ୍ରକୋଣ୍ଡା ଅଞ୍ଚଳରୁ ନେଇ ମଧ୍ୟପ୍ରଦେଶର ସାହାଜାପୁର ଜିଲ୍ଲା ସୁଜଲପୁରକୁ ଯାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଗିରଫ ମାଫିଆ ମାନେ ହେଲେ ୧.ହେମନ୍ତ ଆଇଚୋରିଆ(୩୧)୨.ସୁନିଲ ଶର୍ମା(୩୮) ୩.ରୋସନ ପୁରୀ(୨୭)ଙ୍କୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

By amfnews

Related Post