Sat. May 16th, 2026

୧୧ ବର୍ଷ ପରେ ପାରାଦୀପକୁ ଆସିବ ଯାତ୍ରୀବାହୀ ଜାହାଜ

204 Views

ଜଗତସିଂହପୁର , ଜାନୁଆରୀ ୨୫ : ଦୀର୍ଘ ୧୧ ବର୍ଷ ପରେ ପାରାଦୀପ ବନ୍ଦରରେ ଏକ ଅନ୍ତର୍ଜାତୀୟ ଯାତ୍ରୀବାହୀ ଜାହାଜ ପହଞ୍ଚିବ। ‘ସିଲ୍ଭର ସି କ୍ରୁଜ୍’ ନାମକ ଏହି ଯାତ୍ରୀବାହୀ ଜାହାଜରେ ୧୨୦ ଜଣ ଯାତ୍ରୀ ଆସୁଥିବାବେଳେ ଏହି ଜାହାଜ ଆସନ୍ତା ୨୬ ତାରିଖ ଶନିବାର ସକାଳ ୬ଟାରେ ପାରାଦୀପରେ ପହଞ୍ଚି ସନ୍ଧ୍ୟା ସୁଦ୍ଧା ଏଠାରୁ ଫେରିଯିବ। ଏହି ୧୨ ଘଣ୍ଟାର ରହଣି ସମୟରେ ବିଦେଶୀ ପର୍ଯ୍ୟଟକମାନେ ଓଡ଼ିଶାରେ ଥିବା ବୌଦ୍ଧକୀର୍ତ୍ତି ଉଦୟଗିରି ଓ ଲଳିତଗିରି ବୁଲି ଦେଖିବେ।

ମୋନାକୋରୁ ଏହି ଜାହାଜଟି ପାରାଦୀପ ଆସୁଛି। ବିଦେଶୀ ଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ସଂସ୍କତି ବିଭାଗ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ଦୁଇ ଜଣ ଗାଇଡଙ୍କୁ ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୋଜିତ କରାଯାଇଛି। ପୂର୍ବରୁ ୨୦୦୭ ମସିହାରେ ମିନର୍ଭା ନାମକ ଏକ ଯାତ୍ରୀବାହୀ ଜାହାଜ ବନ୍ଦରକୁ ଆସିଥିଲା ଏଥିରେ ପ୍ରାୟ ୩୦୦ ଯାତ୍ରୀ ଥିଲେ। ସେମାନେ ମଧ୍ୟ ରାଜ୍ୟର ବୌଦ୍ଧ କୀର୍ତ୍ତି ଦେଖିବା ପାଇଁ ଆସିଥିଲେ। ମାତ୍ର ପାରାଦୀପର ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାରେ ବିଦେଶୀ ପର୍ଯ୍ୟଟକ ସମସ୍ୟାରେ ପଡ଼ିଥିଲେ। ବର୍ତ୍ତମାନ ମଧ୍ୟ ପାରାଦୀପରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାରୁ ଏ ଦିଗରେ ବନ୍ଦର ପ୍ରଶାସନ ‌କିଭଳି ପଦକ୍ଷେପ ନେବ ତାହାକୁ ନେଇ ଚିନ୍ତାରେ ପଡିଛି।

By amfnews

Related Post