Thu. Aug 6th, 2026

୧୦୪୮ ମଣ୍ଡପ, ୪୦୦୦ ପୁରୋହିତଙ୍କ ଦ୍ୱାରା ‘ମହା ସୁଦର୍ଶନ ଯଜ୍ଞ’ ଯୋଜନା କରୁଛନ୍ତି କେସିଆର୍‌

170 Views

ହାଇଦ୍ରାବାଦ : ୟାଦାଦ୍ରି ଭୁବନଗିରି ଜିଲ୍ଲାସ୍ଥିତ ଏକ ପ୍ରସିଦ୍ଧ ପାର୍ବତ୍ୟ ହିନ୍ଦୁ ଧର୍ମପୀଠରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ‘ସବୁ ଯଜ୍ଞଙ୍କ ଜନନୀ’ ବୋଲି କୁହାଯାଇ ପାରିବା ଭଳି ବିରାଟ ଯଜ୍ଞ ଆୟୋଜନ କରିବେ।

ଗତ ବିଳମ୍ବିତ ରାତ୍ରୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ବିବୃତ୍ତି ଅନୁସାରେ, ମଙ୍ଗଳବାର ଦିନ କେସିଆର୍‌ ଯଜ୍ଞ ଆୟୋଜନ ବିଷୟରେ ତ୍ରିଦାଣ୍ଡି ଚିନ୍ନା ଜୀୟାର୍‌ ସ୍ୱାମୀଙ୍କ ସହ ତାଙ୍କ ଆଶ୍ରମରେ ଆଲୋଚନା କରିଛନ୍ତି। ତାରିଖ ଓ ସମୟ ଖୁବ୍‌ ଶୀଘ୍ର ଘୋଷଣା କରାଯିବ।

ମହା ସୁଦର୍ଶନ ଯଜ୍ଞ ନାମକ ଏହି ବିରାଟ ଧର୍ମାନୁଷ୍ଠାନ ହାଇଦ୍ରାବ ଠାରୁ ୬୫ କିଲୋମିଟର ଦୂରରେ ଥିବା ୟାଦାର୍ଦି ଭାବେ ଜଣାଶୁଣା ଭଗବାନ ନୃସିଂହଙ୍କୁ ସମର୍ପିତ ମନ୍ଦିର ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ଦିର ନିକଟରେ ଆୟୋଜନ କରାଯିବ। ଏଥିପାଇଁ ଇଟା ନିର୍ମିତ ପ୍ରାୟ ୧୦୪୮ଟି ଯଜ୍ଞକୁଣ୍ଡ ଥିବା ୧୦୦ ଏକର ଜାଗାରେ ଗୋଟାଏ ଯଜ୍ଞ ବାଟିକା ନିର୍ମାଣ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନସମ୍ପର୍କ ଅଧିକାରୀ କହିଛନ୍ତି: ୧୦୦୦ରୁ ଊର୍ଦ୍ଧ୍ୱ ଋତ୍ୱିକ ଏବଂ ଅନ୍ୟ ୩୦୦୦ ସହଯୋଗୀ ଏହି ଦିନିକିଆ ଧର୍ମାନୁଷ୍ଠାନ ପରିଚାଳନା କରିବେ। ବିଶ୍ୱର ଅନ୍ୟାନ୍ୟ ମୁନିଋଷିଙ୍କ ବ୍ୟତୀତ, ମୁଖ୍ୟମନ୍ତ୍ରୀ ବଦ୍ରିନାଥ, ଶ୍ରୀରଙ୍ଗମ୍‌, ଜଗନ୍ନାଥ, ତିରୁପତି ଏବଂ ଅନ୍ୟାନ୍ୟ ପବିତ୍ର ସ୍ଥାନ ସମେତ ସମସ୍ତ ବୈଷ୍ଣବ ପୀଠର ପୀଠାଧିପତିମାନଙ୍କୁ ନିମନ୍ତ୍ରଣ କରିବେ।

କେନ୍ଦ୍ର ସରକାରେ ଥିବା ଶୀର୍ଷସ୍ତରୀୟ ନେତୃବୃନ୍ଦ, ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ମନ୍ତ୍ରୀଙ୍କୁ ସୁଦର୍ଶନ ଯଜ୍ଞକୁ ନିମନ୍ତ୍ରଣ କରିବାକୁ କେସିଆର୍‌  ନିଷ୍ପତ୍ତି ନେଇଛନ୍ତି। ଏହି ଯଜ୍ଞକୁ ସାଧାରଣ ଲୋକେ ବି ଯାଇ ପାରିବେ ଏବଂ ସେମାନଙ୍କ ପାଇଁ ସୁବନ୍ଦୋବସ୍ତ କରାଯିବ।

By amfnews

Related Post