Fri. Apr 24th, 2026

୧୦୦ ଯାତ୍ରୀ ନେଇ ଯାଉଥିବା ବିମାନ କାଜାକ୍‌ସ୍ତାନର ଅଲ୍‌ମାଟି ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ; ଅନ୍ୟୂନ ୭ ମୃତ

169 Views

ନୂଆଦିଲ୍ଲୀ: ଶୁକ୍ରବାର ଦିନ ୧୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଯାତ୍ରୀବାହୀ ବିମାନ କାଜାକ୍‌ସ୍ତାନର ଅଲ୍‌ମାଟି ବିମାନ ବନ୍ଦର ନିକଟରେ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସ୍ଥାନୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ସକାଳ ୭: ୨୨ ସମୟରେ ଅଲ୍‌ମାଟି ଆନ୍ତର୍ଜାତିକ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ସମୟରେ ବେକ୍‌ ଏୟାର୍‌ର ବିମାନଟି ତଳକୁ ଖସି ଗୋଟାଏ ଦୁଇ ତାଲା କୋଠା ଉପରେ ପଡ଼ିଯାଇଥିଲା। ପାଞ୍ଚ ଜଣ କ୍ରୁ’ ମେମ୍ବର୍‌ଙ୍କ ସହ ସେ ବିମାନରେ ୯୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ଯୋଗୁଁ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କଥା ସ୍ଥାନୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷମାନେ ନିଶ୍ଚିତ କରି କହିଛନ୍ତି।

ରାଜଧାନୀ ନୁର୍‌-ସୁଲ୍‌ତାନ ଆଡ଼କୁ ବାହାରିଥିବା ଏହି ବିମାନଟି ଉଡ଼ାଣ ସମୟରେ ଖସି ପଡ଼ି ଗୋଟାଏ କଙ୍କ୍ରିଟ୍‌ ଦିଆଲକୁ ଭାଙ୍ଗି ଏକ ଛୋଟ କୋଠା ଉପରେ ପଡ଼ିଯାଇଥିଲା ବୋଲି କାଜାକ୍‌ସ୍ତାନର ବେସାମରିକ ବିମାନଚଳାଚଳ କମିଟି ତା’ର ବିବୃତିରେ କହିଛି।

ଏହି ବିବୃତିରେ ଆହୁରି କୁହାଯାଇଛି, ଏବେ ମୃତ୍ୟୁସଂଖ୍ୟା ୭। ବିମାନ ମଧ୍ୟରେ ରହିଥିବା ଅନ୍ୟ ଯାତ୍ରୀମାନଙ୍କୁ ବାହାର କରିବାକୁ ଘଟଣାସ୍ଥଳରେ ଜରୁରୀକାଳୀନ ସେବା କାମ କରୁଛି।

By amfnews

Related Post